ଆସୁଛି ବଡ଼ ବର୍ଷା :୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ

Published By : Prameya-News7 Bureau | June 30, 2019 IST

ଭୁବନେଶ୍ବର ୩୦/୬: ପାଗ ବଦଳିସାରିଲାଣି । ଆଜି ଓ କାଲି ପ୍ରବଳ ବର୍ଷିବ । ଉପକୂଳରୁ ନେଇ ଆଭ୍ୟନ୍ତରୀଣ, ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ନିର୍ଧୁମ ଛେଚିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ୨୪ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହପରି ୪୮ ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ ।  ପ୍ରଭାବରେ ରାଜ୍ୟର ସବୁ ଭାଗରେ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ମୟୁରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଯାଜପୁର, ସମ୍ବଲପୁର, ଦେବଗଡ,  କୋରାପୁଟ, ଗଞ୍ଜାମ ଓ ମାଲକାନଗିରି ଜିଲାରେ ଭାରି ମାତ୍ରାରେ ବର୍ଷା ହେବ । ଏହାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ସମୁଦ୍ର ଭିତରକୁ ଯିବା ପାଇଁ   ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ମଙ୍ଗଳବାର ଠାରୁ ବର୍ଷାର ପରିମାଣ କମିବ । ସେପଟେ ଲଗାଣ ବର୍ଷାକୁ ନଜରରେ ରଖି ରାଜ୍ୟ ସରକାର ପୁରା ସଜାଗ ହୋଇପଡିଛନ୍ତି । ସ୍ବତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.