Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ପ୍ରବଳ ବର୍ଷାରେ ଉବୁଟୁବୁ ଦକ୍ଷିଣ ଚୀନ୍, ୧୪୮ ନଦୀ ବିପଦ ସଙ୍କେତ ଉପରେ: ବିଶ୍ଵର ସବୁଠୁ ବଡ ନଦୀ ବନ୍ଧକୁ ବିପଦ, ଭାଙ୍ଗିଗଲେ ବୁଡିଯିବ ୨୪ ରାଜ୍ୟ

22/06/2020 at 7:45 PM

ନୂଆଦିଲ୍ଲୀ ୨୨।୦୬: ଭାରତ ସହିତ ସୀମା ବିବାଦରେ ମାତିଥିବା ଚୀନର ୨୪ ପ୍ରାନ୍ତରେ ସଂପ୍ରତି ମୂଷଳଧାରାରେ ବର୍ଷା ଲାଗି ରହିଛି। ଅନେକ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଏହା ମଧ୍ୟରେ ଚୀନୀ ଜଳବିଜ୍ଞାନୀ ଓ୍ଵାଙ୍ଗ ଓ୍ଵେଇଲୁଅ ଦେଶର ଥ୍ରୀ ଗୋର୍ଜ ଡ୍ୟାମ୍‌ର ସୁରକ୍ଷା ଉପରେ ପ୍ରଶ୍ନବାଚୀ ଉଠାଇ ଚେତାବନୀ ଜାରି କରିଛନ୍ତି। ସେ କହିଛନ୍ତି ଡ୍ୟାମ୍‌  କୌଣସି ମୁହୂର୍ତ୍ତରେ ଭୁଶୁଡିପାରେ। ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଚୀନରେ ଜୁନ ୧ରୁ ଆରମ୍ଭ ହୋଇଥିବା ଝଡବର୍ଷାରେ ୭୩୦୦ରୁ ଅଧିକ ଘର ଧ୍ଵଂସ ହୋଇ ଯାଇଛି। ସୋମବାର ସକାଳ ସୁଦ୍ଧା ଏହି ଝଡବର୍ଷାରେ ୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ୨୯ ଲକ୍ଷ ଡଲାରର କ୍ଷୟକ୍ଷତି ଘଟିଥିବା ଆକଳନ କରାଯାଇଛି।

ତାଇଓ୍ଵାନ ନ୍ୟୁଜ୍ ମୁତାବକ ଲଗାତାର ହେଉଥିବା ବର୍ଷାରେ ଦୁନିଆର ସବୁଠୁ ବଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ଭାବିତ କ୍ଷତି ନେଇ ଚୀନବାସୀ ଚିନ୍ତିତ ହୋଇ ପଡିଛନ୍ତି। ନ୍ୟୁଟକ୍‌ର ରିପୋର୍ଟ ଅନୁଯାୟୀ ସରକାରଙ୍କ ଆଶ୍ଵାସନ ପରେ ମଧ୍ୟ ଚୀନୀ ଜଳବିଜ୍ଞାନୀ ଓ୍ଵାଙ୍ଗ ଡ୍ୟାମ୍‌ ପ୍ରତି ବିପଦ ଥିବା କହିଛନ୍ତି।

ଓ୍ଵାଙ୍ଗ ଓ୍ଵେଇଲୁଅ କହିଛନ୍ତି,  ବନ୍ଧର ଡିଜାଇନ, ନିର୍ମାଣ ଏବଂ ଗୁଣବତ୍ତାର ନୀରିକ୍ଷଣ ଏକ ସମୂହ ଦ୍ଵାରା କରାଯାଇଥିଲା। ଏହି ପ୍ରକଳ୍ପ ବହୁତ ଶୀଘ୍ର ସମାପ୍ତ ହୋଇଥିଲା। ଚୀନୀ  ଜଳ ସମ୍ବଳ ମନ୍ତ୍ରୀ ୟେ ଜିୟାନଚୁନ୍ ଜୁନ ୧୦ରେ ସାମ୍ବାଦିକ ସମ୍ମିଳନୀରେ ସ୍ଵୀକାର କରିଛନ୍ତି ଯେ, ଦେଶର ଅତି କମରେ ୧୪୮ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ସିଟି ଓ୍ଵାଣ୍ଟର ରିପୋର୍ଟ ଅନୁଯାୟୀ ଏକ ବର୍ଷ ଡ୍ୟାମ୍‌ରେ ଫାଟ ସୃଷ୍ଟି  ହୋଇଥିଲା। ଓ୍ଵାଙ୍ଗ କହିଛନ୍ତି ସବୁଠୁ ଚିନ୍ତାଜନକ କଥା ଡ୍ୟାମ୍‌ରେ ଫାଟ ସୃଷ୍ଟି ହେବା ଏବଂ ନିର୍ମାଣରେ ନିମ୍ନମାନର କଂକ୍ରିଟ୍‌ ବ୍ୟବହାର ହୋଇଥିଲା। ଫଳରେ ଡ୍ୟାମ୍‌ ଉପରେ ଏବେ ବିପଦ ରହିଛି। ୟାଙ୍ଗତଜି ନଦୀର ନିମ୍ନ ଅବବାହିକାରେ ରହୁଥିବା ଲୋକଙ୍କ ପାଇଁ ଏହା ଭୟାବହ ସ୍ଥିତି ଉତ୍ପନ କରିପାରେ। ସେଠାରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ ଖୁବ୍ ଶୀଘ୍ର ପ୍ରସ୍ତୁତି କରିବା ଉଚିତ୍।

   Related Posts