ବରଗଡରେ ଲଗାଣ ବର୍ଷା, ଭାଙ୍ଗିଲା ଚେକ୍ ଡ୍ୟାମ୍

Published By : Prameya-News7 Bureau | August 14, 2019 IST

ବରଗଡ ୧୪|୮: ବରଗଡ଼ ଜିଲ୍ଲାର ପାଇକମାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୦ ମିଲିମିଟର ବର୍ଷା ହୋଇଛି । ଗତକାଲିଠାରୁ ବର୍ଷା ଲାଗି ରହିଛି ।ବର୍ଷା ଯୋଗୁଁ ନୃସିଂହନାଥ ପୀଠକୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ନାହିଁନଥିବା ହଇରାଣ ହୋଇଛନ୍ତି ।  କିଛି ଶ୍ରଦ୍ଧାଳୁ ବନ୍ୟା ପରିସ୍ଥିତି ପାଇଁ ସେଠାରୁ ଫେରି ପାରିନାହାନ୍ତି । ଗନ୍ଧମାର୍ଦ୍ଦନ ପର୍ବତ ଉପରୁ ପ୍ରବଳ ବେଗରେ ବର୍ଷା ପାଣି ମାଡ଼ି ଆସିବାରୁ ମନ୍ଦିର ସଂଲଗ୍ନ ଦେଇ ଚାଲଧାରକୁ ଯାଇଥିବା ରାସ୍ତା ବୁଡ଼ି ଯାଇଥିଲା । ଆଜି ମଧ୍ୟ ସେଠାରେ ସକାଳୁ ଭୀଷଣ ବର୍ଷା ଲାଗି ରହିଛି ।

{"id":144244}

ବର୍ଷାରେ ପାଇକମାଲ ବ୍ଲକ୍ ପଛପଟେ ଥିବା ଏକ ଚେକ୍ ଡ୍ୟାମ୍ ଭାଙ୍ଗିଯାଇଥିବା ସୂଚନା ମିଳିଛି । ବରଗଡ଼ ଜିଲ୍ଲାରେ ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ୍ ୬୬୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବରଗଡ଼ ଭେଡ଼େନ ରାସ୍ତାର ତାଲପାଲି ନୂଆଁଗଡ଼ର ଏକ କଲଭର୍ଟ ଉପରେ ପାଣି ଚାଲୁଥିବାରୁ କିଛି ସମୟ ପାଇଁ ଯାନବାହନ ଚଳାଚଳ ବନ୍ଦ ରହିଛି । ଚକରକେନ୍ଦରୁ ସସ୍ତୁପାଲି, ବରଗଡ଼ରୁ କୁରୁଆଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସୋହେଲାରେ ରଘୁମନ ଦୀପ ନାମକ ଜଣେ ବ୍ୟକ୍ତିଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି । ଏବଂ ବରଗଡ଼ ଜିଲ୍ଲାର ବିଭିନ୍ନ ୱାର୍ଡ ଜଳମଗ୍ନ ହେବା ସହ ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ ଗୁଡିକ ମଧ୍ୟ ଜଳମଗ୍ନ ହୋଇଥିବା ଦେଖବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.