Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ, SCBରେ ହାଇରଦରକୁ ଭେଟିଥିଲା ୟାକୁବ
  • ||
  • ଚମକ ହରାଉଛି ସୁନା : ପୁଣି କମିଲା ଦାମ୍, ୧୦ ହଜାର ଟଙ୍କା ହେଲାଣି ଶସ୍ତା
  • ||
  • ଗଜପତି : ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
  • ||
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ପ୍ରବଳ ବର୍ଷାରେ କେଉଁଠି କ’ଣ ହେଲା ଜାଣନ୍ତୁ ପୂରା ଖବର : କାନ୍ଥ ଭୁଷୁଡି ୩ ମୃତ, ଆସନ୍ତାକାଲି ଖୋଲିବ ୧୧ ଜିଲ୍ଲାର ସ୍କୁଲ, ବଢୁଛି ଜଳକା

25/10/2019 at 5:36 PM

ଭୁବନେଶ୍ବର ୨୫|୧୦: ରାଜ୍ୟରେ ଦୁଇ ଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଫଳରେ ଲୋକେ ନାହିଁ ନଥିବା ଅବୁସିବଦାର ସମ୍ମୁଖୀନ ହେଉଛନ୍ତି । କେଉଁଠି ପାଣି ଘରରେ ଚାଷ ଜମି ତ କେଉଁଠି ଲୋକେ ଜଳବନ୍ଦୀ । ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ଜଳକା ନଦୀ ବିପଦ ସଙ୍କେତ ଟପିଛି । ସେପଟେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଷୁଡି ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲାର ପୁରୁଣା କଟକ ସମ୍ବଲପୁର ରାସ୍ତାରେ ପ୍ରାୟ ୪ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ରାଜ୍ୟରେ ବର୍ଷା ବିତ୍ପାତ। ଦୁଇ ଦିନ ଧରି ଲଗଣା ବର୍ଷାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ରାଜ୍ୟବାସୀ । ବିଭିନ୍ନ ସ୍ଥାନରେ କାନ୍ଥପଡି ୩ ଜଣଙ୍କ ମୃତ୍ୟୁ ହୋଇଛି । ପୁରୀରେ କୁଡୁଆ ପ୍ରସ୍ତୁତି ପାଇଁ ଥିବା ଶାଳଘର ଭୁଶୁଡି ପଡିଛି । ସକାଳେ ମହାପ୍ରଭୁଙ୍କ କୁଡୁଆ ପ୍ରସ୍ତୁତ କରୁଥିବା ବେଳେ କୁମ୍ଭକାର ନିଯୋଗର ସମ୍ପାଦକ ରସାନନ୍ଦ ବିଶୋୟୀଙ୍କ  ମୃତ୍ୟୁ ହୋଇଛି ।ସେହିପରି ଜଳେଶ୍ବର ରାଇବଣିଆ ବହଦୁଆ ଗାଁରେ ରାତିରେ ଶୋଇଥିବା ଅବସ୍ଥାରେ ପରିବାର ଉପରେ କାନ୍ଥ ଭୁଶୁଡି ପଡିଥିଲା । ଏଥିରେ ରବିନ୍ଦ୍ର ବାରିକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି । ସେପଟେ କେନ୍ଦ୍ରାପଡା ଆଳି ଗଣେଶ୍ବରପୁର ଗାଁରେ କାନ୍ଥ ଭୁଶୁଡିବାରୁ ସେହି ଗାଁର କୈଳାସ ସାମଲଙ୍କ ମୃତ୍ୟୁ ହୋଇଛି । ତାଙ୍କ  ସ୍ତ୍ରୀ ମାଳତି ଗୁରୁତର ହୋଇଛନ୍ତି ।

ସେହିଭଳି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ବାଲେଶ୍ବର ବସ୍ତା ନିକଟରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କଟକ ଜିଲ୍ଲାର ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଚମ୍ପାପୁର ଢାଉରଙ୍ଗ ଗଡ଼ା ଠାରେ ପ୍ରାୟ ୪ଫୁଟର ପାଣି ଚାଲୁଥିବାରୁ ପୁରୁଣା କଟକ ସମ୍ବଲପୁରର ୪୨ ନମ୍ବର ରାଜ୍ୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସେହିଭଳି ଖୋର୍ଦ୍ଧା ଟାଙ୍ଗୀ କୁସୁମୀ ଗାଁରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଇଥିବା ବେଳେ ଯୁବକ ଜଣଙ୍କ ସାହସ କରି ପୋଲ ପାର ହେବାକୁ ଚେଷ୍ଟା କରିଥିଲେ । ପାଣି ସ୍ରୋତରେ ତାଙ୍କ ବାଇକ୍ ଭାସି ଯାଇଥିଲା । ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଲଗାଣ ବର୍ଷା ଯୋଗୁଁ ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ସହ ବାଲିଚର ହୋଇଛି । ଖୋର୍ଦ୍ଧା ବାଣପୁର ବ୍ଲକ କୁଲେଇ, ଗୋବିନ୍ଦପୁର , ଦାସରଥୀପୁର ଗାଁରେ ବର୍ଷା ଜଳ ଜମି ରହିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଶହ ଶହ ଏକର ଧାନ ଜମିରେ ପାଣି ମାଡିଛି । ବିରିପଦର ଗାଁ ଫତେପୁର, ମାଲୁଦ, କୁମାରପୁର, ବାଲି ପାଟପୁର ଆଦି ଗାଁ ମାନଙ୍କରେ ବର୍ଷା ପାଣି ପଶିଛି । କିଛି ସ୍କୁଲ ପାଣି ଘେରରେ ରହିଛି । ବାଲେଶ୍ବର ବସ୍ତା ବ୍ଲକର ହଜାର ହଜାର ହେକ୍ଟର ଧାନ ଓ ପରିବା ଚାଷ ଜମିରେ ପାଣି ଯୋଗୁଁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ସେହିପରି ଗଞ୍ଜାମ ଭଞ୍ଜନଗର ବ୍ଲକର ଶହ ଶହ ଏକର ଚାଷ ଜମି ବୁଡି ଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ଲେଖାଏଁ ବର୍ଷା ରେକର୍ଡ ହେଇଛି । ଜଳକା ନଦୀ ବିପଦ ସଙ୍କେତ ଉପରେ ଚାଲିଥିବା ବେଳେ ଅନ୍ୟ କୌଣସି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏଥିସହ ବାତ୍ୟାର କୌଣସି ସୂଚନା ନାହିଁ । ବାତ୍ୟା ନେଇ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଦୁଇ ବର୍ଷ ତଳର ବୋଲି ଏସଆରସି କହିଛନ୍ତି ।ସେହିପରି ଆଜି ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ଆସନ୍ତାକାଲିଠୁ ସ୍କୁଲ ଖୋଲା ଯିବ ବୋଲି ଏସଆରସି କହିଛନ୍ତି।

ବର୍ଷା କମିଛି ସତ ହେଲେ ଅନେକ ସ୍ଥାନରୁ ପାଣି ନିସ୍କାସନ ହୋଇପାରୁ ନାହିଁ । ତେବେ ଧିରିଧିରେ ପାଣି ଛାଡୁଥିବାରୁ ଲୋକେ କିଛିଟା ଆଶ୍ବସ୍ତି ଅନୁଭବ କରିଛନ୍ତି ।

   Related Posts