ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ : ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ
3/08/2019 at 11:41 AM

ଭୁବନେଶ୍ବର ୩|୮: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଏଥି ସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହୋଇଛି ।
ତେବେ କଳାହାଣ୍ଡି, ନବରଙ୍ଗପୁର, ବରଗଡ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅନୁଗୋଳ, କେନ୍ଦୁଝର, ପୁରୀ, ଗଞ୍ଜାମ, ଝାରସୁଗୁଡା, ବୌଦ୍ଧ ଓ ସୁନ୍ଦରଗଡରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲାଗୁଡିକୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଆସନ୍ତା ୭ ତାରିଖ ଯାଏଁ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021