ଜନ୍ମାଷ୍ଟମୀରେ ରାଜଧାନୀରେ ଯମୁନା ନଦୀର ଭ୍ରମ, ଆହୁରି ୪ଦିନ ପ୍ରବଳ ବର୍ଷା…

Published By : Prameya-News7 Bureau | August 23, 2019 IST

ଭୁବନେଶ୍ବର ୨୩|୮: ବଙ୍ଗପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆଜି ସକାଳେ ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିଲା, ତଳିଆ ଅଞ୍ଚଳରେ ଘରେ ପସିଥିଲା ପାଣି । ସେପଟେ ଉପର ମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦର ସମସ୍ତ ଗେଟ୍ ବନ୍ଦ କରାଯାଇଛି।

{"id":147863}

ଜନ୍ମାଷ୍ଟମୀରେ ରାଜଧାନୀରେ ଯମୁନା ନଦୀର ଭ୍ରମ । ଏ ଚିତ୍ର ହେଉଛି ଭୁବନେଶ୍ବର ଇସକନ୍ ସମ୍ମୁଖର । ସକାଳ ସାଢେ ଦଶଟା, ମନ୍ଦିର ଆଗରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ । ଏହି ସମୟରେ ଘୋଟିଆସିଥିଲା କଳା ହାଂଡ଼ିଆ ମେଘ । ମୁଷଳ ଧାରାରେ ବର୍ଷା ସହ ୪ ଫୁଟ ଉଚ୍ଚରେ ମାଡ଼ି ଆସିଲା ପାଣି। ଚାହୁଁ ଚାହୁଁ ଇସକନ ମନ୍ଦିର ଜଳାର୍ଣ୍ଣବ ହୋଇଗଲା । ଅଣ୍ଟାଏ ପାଣିରେ କାର, ବାଇକ୍ ଭାସିଲା ।

{"id":147716}

ଆଉ ଏ ଦୃଶ୍ୟ ହେଉଛି ସୌଭାଗ୍ୟ ନଗର ମୁଖ୍ୟ ରାସ୍ତାର । ଏଠିବି ଅଣ୍ଟାଏ ଉଚ୍ଚରେ ଲହଡ଼ି ମାରୁଛି ପାଣି । ଅସରାଏ ବର୍ଷାରେ ରାଜଧାନୀର ଅନେକ ଅଞ୍ଚଳ ହୋଇଥିଲା ଜଳମଗ୍ନ । ରସୁଲଗଡ଼, ବାଣୀ ବିହାର, ଆଚାର୍ଯ୍ୟ ବିହାର, ଫାୟାର ଷ୍ଟେସନ, ବରମୁଣ୍ଡା, ଓଭର ବ୍ରିଜ ଉପରେ ଓ ତଳେ ବର୍ଷା ପାଣି ଜମି ରହିଥିଲା । ସହରର ତଳିଆ ଅଞ୍ଚଳରେ ଘରେ ପଶିଯାଇଥିଲା ପାଣି ।

{"id":147719}

ବଙ୍ଗୋପସାଗରରେ ଘୂର୍ଣିବଳୟ ଯୋଗୁଁ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂପୁର ଏବଂ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ବଲାଙ୍ଗୀର, ସୁନ୍ଦରଗଡ଼, ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧା, ଗଜପତି, ମାଲକାନଗିରି, ଅନୁଗୋଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରିଛି ପାଣିପାଗ ବିଭାଗ ।

{"id":140590}

ସେପଟେ ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବାରୁ ହୀରାକୁଦ ଜଳଭଣ୍ଡାରର ସବୁ ଗେଟ୍ ବନ୍ଦ କରାଯାଇଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୯.୬୫ ଫୁଟ ରହିଥିବା ବେଳେ ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ଭିତରକୁ ୬୧ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.