Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ବର : ୧୬ନଂ ଜାତୀୟ ରାଜପଥ କୁରୁଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଆଠମଲ୍ଲିକ : ଦେଉଳଝରି ନିକଟରେ ଓଲଟିଲା କୋଇଲା ବୋଝେଇ ଟ୍ରକ୍
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଗୁରୁତର
  • ||
  • ସମ୍ବଲପୁର : ଅପରେସନ ବେଳେ ଖାଦ୍ୟନଳୀ କାଟିଦେଲେ ଡାକ୍ତର, ଗୁରୁତର ଅବସ୍ଥାରେ ମହିଳା ବୁର୍ଲାରେ ଭର୍ତ୍ତି
  • ||
  • ସମ୍ବଲପୁର : ଡାକ୍ତରଖାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଅଟକ
  • ||
  • ସୋନପୁର : ଘର ଭାଙ୍ଗି ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ସୋର : ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ଘଟଣା, କୋଲକାତାରୁ ଅପହୃତ ତାପସ ଉଦ୍ଧାର
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ଆସନ୍ତା ସପ୍ତାହ ଯାଏଁ ସାରା ଓଡ଼ିଶାରେ ଲାଗିରହିବ ପ୍ରବଳ ବର୍ଷା : ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ହୋଇପାରେ ପବନ

29/07/2019 at 12:12 PM

ଭୁବନେଶ୍ବର ୨୯/୭: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅର୍ଥାତ ୩୧ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ସପ୍ତାହ ଯାଏଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିବ ବୋଲି ଆଶା କରାଯାଉଛି । ରାଜ୍ୟରେ ସୃଷ୍ଟି ହୋଇଥିବା ସ୍ବଳ୍ପ ବୃଷ୍ଟି ସ୍ଥିତି କିଛି ମାତ୍ରାରେ ଦୂର ହେବ ।

ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶା ଉପକୂଳରେ ମୌସୁମୀ ଅଧିକ ସକ୍ରିୟ ରହିଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ ।  ତାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଆଜି ଏବଂ କାଲି ପାଇଁ ରାଜ୍ୟର କିଛି ଜିଲ୍ଲାରେ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

   Related Posts