ଲଘୁଚାପ ପ୍ରଭାବରେ ୭ତାରିଖ ଯାଏଁ ବର୍ଷା ସମ୍ଭାବନା : ୫ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି,୧୦ଜିଲ୍ଲାକୁ ୱେଲୋ ୱାର୍ଣ୍ଣି
4/08/2019 at 8:12 AM

ଭୁବନେଶ୍ବର ୪/୮: ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସମାନ୍ତରାଳ ଭାବେ ଏକ ଘୁର୍ଣ୍ଣିବଳୟ ରହିଛି। ୬ କିମ୍ବା ୭ ବେଳକୁ ଏହା ଲଘୁଚାପରେ ପରିଣତ ହୋଇପାରେ। ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ୭ ଯାଏ ସାରା ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ ଭାବେ ମାଲକାନଗିରି,କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି ଓ ନୂଆପଡା ଜିଲାରେ ଅଧିକ ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର ।
ସେପଟେ ରାଜ୍ୟର ଅନ୍ୟ ୧୦ଟି ଜିଲ୍ଲାପାଇଁ ୱେଲୋ ୱା୍ନିଂ ମଧ୍ୟ ଜାରି ହୋଇଛି । ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ଏହି ସମୟ ମଧ୍ୟରେ ମତ୍ସଜଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021