ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଜାରି : ସୋନପୁର-ରେଢାଖୋଲ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | September 07, 2019 IST

ସୁବର୍ଣ୍ଣପୁର ୭/୯: ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଜାରି  । ବର୍ଷା ଫଳରେ ଜିଲ୍ଲାର ଦୁଇ ବଡ ନଦୀ ମହାନଦୀ ଏବଂ ତେଲନଦୀରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି  ।  ବୀରମହାରାଜପୁର ବ୍ଲକ ପିତାମହୁଲ ଠାରେ ଥିବା ବାଉରୀନାଳ ଉପରେ  ୪ ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଛି  ।

{"id":154122}

ଫଳରେ ସୋନପୁର-ରେଢାଖୋଲ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି  । ସେହିପରି  ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ ସହର ତଳିଆ ଅଞ୍ଚଳ ପୂରା ଜଳମଗ୍ନ ହୋଇଛି  । ସହରର ପ୍ରେସ କଲୋନୀ,ଗୋକର୍ଣ୍ଣେଶ୍ବର ପଡା ,ପଟାଭାଡି ଅଞ୍ଚଳରେ ରାସ୍ତା ଉପରେ ୨ ଫୁଟର ପାଣି ଚାଲୁଛି  । 

{"id":154123}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.