ମାଲକାନଗିରିରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର, ଏବେବି ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

Published By : Prameya-News7 Bureau | August 03, 2019 IST

ମାଲକାନଗିରି  ୩|୮: ଲଗାଣ ବର୍ଷା ଯୋଗୁଁ ମାଲକାନଗରି ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଜିଲ୍ଲାର ସମସ୍ତ ନଦୀରେ ଜଳ ପତନ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ପାଙ୍ଗାମ, କାଙ୍କୁରୁକୋଣ୍ଡା, ପୋଟେରୁ, କୋରୁକୋଣ୍ଡା ଓ ଏମ.ଭି. ୩୭ ନଦୀ ପୋଲ ଉପରେ ପାଣି କମିଛି । ମାଲକାନଗିରିଠାରୁ ଜୟପୁର, ବାଲିମେଳା ଓ ମୋଟୁ ଅଞ୍ଚଳକୁ ଯାନବାହାନ ଚଳାଚଳ ଆରମ୍ଭ ହୋଇଛି ।

{"id":140195}

ତେବେ ଜିଲ୍ଲାରେ ଏଯାଏଁ ବର୍ଷା ଲାଗି ରହିଥିବାରୁ ଅନେକ ଗାଁ ବର୍ତ୍ତମାନ ସୁଦ୍ଧା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ବନ୍ୟା ଯୋଗୁଁ ମାଥିଲି ରାସ୍ତାରେ ବଡ ବଡ ଗଛ ଉପୁଡି ପଡିଥିବା ବେଳେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଗଛ କାଟିବା ସହ ରାସ୍ତା ସଫା କରିଛନ୍ତି ।

{"id":140196}

ବିଶେଷ କରି ବନ୍ୟାରେ ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡ, ମାଥିଲି ଓ କାଲିମେଳା ବ୍ଲକ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗତକାଲି ଜିଲ୍ଲାପାଳ ୨ ଦିନ ଲାଗି ସ୍କୁଲ କଲେଜ ସବୁ ଛୁଟି ଘୋଷଣା କରିଥିଲେ । ପରିସ୍ଥିତି ଉପରେ ନଜର ରଖିବା ଲାଗି ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

{"id":140197}

ବନ୍ୟା ଅଞ୍ଚଳରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ୬୩୦ଜଣଙ୍କୁ ଉଦ୍ଧାର କରାଯାଇ ୧୪ଟି ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ବନ୍ୟାରେ ୭ ହଜାର ଏକର ଧାନ ଫସଲ ଜଳମଗ୍ନ ହୋଇ ରହିଥିବା ଅନେକ ଲୋକଙ୍କ ଘରଦ୍ବାର ମଧ୍ୟ ଭାଙ୍ଗିଛି । ହେଲେ ପାଣି କମିବା ପରେ ସେସବୁର ଆକଳନ କରାଯାଇ ଲୋକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମାଲକାନଗିରି ଜିଲ୍ଲାପାଳ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.