Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଶ୍ରୀଲଙ୍କାରେ ବର୍ଷା ତାଣ୍ଡବ, ୨ଲକ୍ଷ ଲୋକେ ପ୍ରଭାବିତ, ବନ୍ୟା ଓ ଭୂ-ସ୍ଖଳନରେ ୧୪ ମୃତ

6/06/2021 at 2:06 PM

କଲମ୍ବୋ ୬।୬: ଗତ ଗୁରୁବାରଠାରୁ ଦ୍ୱୀପ ଦେଶ ଶ୍ରୀଲଙ୍କାରେ ମୂଷଳଧାର ବର୍ଷା ଲାଗି ରହିଛି। ଫଳରେ ରାଜଧାନୀ କଲମ୍ବୋ ସମେତ ୧୦ ଜିଲ୍ଲା ଗୁରୁତର ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ଉପୁଜିଥିବା ବେଳେ ଭୂ-ସ୍ଖଳନର ମଧ୍ୟ ସୂଚନା ମିଳିଛି। ବନ୍ୟା ଓ ଭୂ-ସ୍ଖଳନରେ ଦେଶରେ ଏପର୍ଯ୍ୟନ୍ତ ୧୪ ଜଣ ପ୍ରାଣ ହରାଇଥିବା ବିପର୍ଯ୍ୟୟ  ପରିଚାଳନା କେନ୍ଦ୍ର ରବିବାର ସୂଚନା ଦେଇଛନ୍ତି। 

ଦେଶରେ ଗତ ଗୁରୁବାର ଠାରୁ ପ୍ରତିକୂଳ ପାଗ ଲାଗି ରହିଛି। ଫଳରେ ଜନବସତୀ ଓ କୃଷି କ୍ଷେତ୍ରରେ ପାଣି ଭରିଯାଇଛି। ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଗମନା ଗମନ ପ୍ରଭାବିତ ହୋଇଛି।  କେଗାଲେରେ ଏକ ଘର ଉପରେ ମାଟି ଅତଡା ଧସିବା ଯୋଗୁ ପରିବାରର ୪ ଜଣଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି। ଭୀଷଣ ବର୍ଷାରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୪୫ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି।

ବର୍ଷା ଓ ବନ୍ୟାରେ ଅନୁନ୍ୟ ୮୦୦ ଘର ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି। ୪ ହଜାର ୩ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି।   ଭାରତ ଉପକୂଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପରଠାରୁ ଦ୍ୱୀପ ଦେଶରେ ପାଣିପାଗ ବଦଳିଛି। ନିମ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି।

   Related Posts