Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଭାରତୀୟ ପାଣିପାଗ ବିଭାଗର ସୂଚନା: ଆସନ୍ତା ୨୪ ଘଣ୍ଟା ଭିତରେ ଓଡ଼ିଶା ସମେତ ଏହି ରାଜ୍ୟ ଗୁଡିକରେ ହେବ ପ୍ରବଳ ବର୍ଷା ଓ ପବନ

27/10/2019 at 3:04 PM

ନୂଆଦିଲ୍ଲୀ୨୭|୧୦: ଦକ୍ଷିଣ ଭାରତର କିଛି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପୂର୍ବ ମୌସୁମୀ ଅର୍ଥାତ ପେରନ୍ତା ମୋସୁମୀ ଉଗ୍ର ରୂପ ଧାରଣ କରିଛି। ଏଥିସହ ଆନ୍ଧ୍ରପ୍ରଦେଶ ଉପକୂଳ ଓ ବଙ୍ଗୋପ ସାଗରରେ ଏକ ନିମ୍ନଚାପ କ୍ଷେତ୍ର ସହ ଟ୍ରାପ ଲାଇନ ସୃଷ୍ଟି ହୋଇଛି। ଏଥିସହ କର୍ଣ୍ଣାଟକର ଉପକୂଳରେ ମଧ୍ୟ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି। ଏହି ଦୁଇଟି ସିଷ୍ଟମ ମଧ୍ୟରେଏକ ଟ୍ରାଫଲାଇନ ସୃଷ୍ଟି ହୋଇଛି। ଯାହାଫଳରେ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ଉତ୍ତର କେରଳରେ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ତାମିଲନାଡୁ ଓ ତେଲେଙ୍ଗାନାର କିଛି ଅଞ୍ଚଳରେ ବର୍ଷା ହୋଇ ପାରେ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡିଶାର କିଛି ସ୍ଥାନରେ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ଏଥିସହ କେରଳ ସମୁଦ୍ରରେ ଏକ ସାଇକ୍ଲୋନିକ ସିଷ୍ଟମ ତିଆରି ହୋଇଛି। ଯାହାର ପ୍ରଭାବ କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରଭାବ ପଡ଼ି ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଏହାର ପ୍ରଭାବ ଝାଡ଼ଖଣ୍ଡ ଓ ବିହାରରେ ମଧ୍ୟ ପ୍ରଭାବ ପଡିପାରେ ବୋଲି ବୋଲି ଆଶଙ୍କା କରାଯାଉଛି। ଏହାର ପ୍ରଭାବରୁ ସୋମବାର ହାଲକା ବର୍ଷା ହେବାର ସମ୍ଭବନା ରହିଛି। ଏ ନେଇ ପ୍ରଭାବିତ  ହେବାକୁ ଥିବା ଏହି ରାଜ୍ୟଗୁଡିକରେ ଆଲର୍ଟ ଜାରି କରାଯାଇଛି।

   Related Posts