ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼-ତୋଫାନ ସହ ପ୍ରତି ଘଣ୍ଟାକୁ ୫୫କିଲୋମିଟର ବେଗରେ ବୋହିବ ପବନ : ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | February 16, 2019 IST

ଭୁବନେଶ୍ବର ୧୬/୨: ଓଡ଼ିଶାର କିଛି ସ୍ଥାନରେ ରାତିରେ ତାପମାତ୍ରା ଅତ୍ୟଧିକ ନିମ୍ନ ସ୍ତରରେ ଥିଲା। ପଶ୍ଚିମବଙ୍ଗରେ ଗଙ୍ଗା କୂଳରେ ଥିବା ସ୍ଥାନମାନଙ୍କରେ ତାପମାତ୍ରା ସାମାନ୍ୟ ନିମ୍ନରେ ଥିଲା। ଏହା ବ୍ୟତୀତ ବିଦର୍ଭ,ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ,ତେଲେଙ୍ଗାନାର କେତେକ ସ୍ଥାନରେ ତଥା ଓଡ଼ିଶାର ଶେଷ ପ୍ରାନ୍ତରେ ତାପମାତ୍ରା ସାମାନ୍ୟ ନିମ୍ନ ଥିଲା।

ଉତ୍ତର ପ୍ରଦେଶ,ଉତ୍ତରାଞ୍ଚଳ,ହିମାଚଳ ପ୍ରଦେଶ, ପୂର୍ବ ରାଜସ୍ଥାନ,ପଶ୍ଚିମ ମଧ୍ୟ ପ୍ରଦେଶ,ମଧ୍ୟ ମହାରାଷ୍ଟ୍ର,ମରାଠଓ୍ବାଡ଼ାର କେତେକ ଅଞ୍ଚଳରେ ତାପମାତ୍ରା ସାମାନ୍ୟ ଅତ୍ୟଧିକ ଉର୍ଦ୍ଧ୍ବରେ ଥିଲା। ଆସାମ,ମେଘାଳୟ,ଉତ୍ତର ପ୍ରଦେଶ,ପଞ୍ଜାବ,ପଶ୍ଚିମ ରାଜସ୍ଥାନ,ପୂର୍ବ ମଧ୍ୟ ଉତ୍ତରପ୍ରଦେଶ ଏବଂ ଗୁଜରାଟର କେତେକ ଅଞ୍ଚଳରେ ତଥା ପୂର୍ବ ଉତ୍ତର ପ୍ରଦେଶ,ରାଜସ୍ଥାନ,ପଶ୍ଚିମ ମଧ୍ୟ ପ୍ରଦେଶ,ମଧ୍ୟ ମହାରାଷ୍ଟ୍ର,ବିଦର୍ଭର ଶେଷ ପ୍ରାନ୍ତରେ ରାତିର ତାପମାତ୍ରା ସାମାନ୍ୟଠୁ ଯଥେଷ୍ଟ ଉର୍ଦ୍ଧ୍ବରେ ଥିଲା।

ଏହା ବ୍ୟତୀତ ଅରୁଣାଚଳ ପ୍ରଦେଶ,ବିହାରର କେତେକ ଅଞ୍ଚଳରେ ତଥା ପୂର୍ବ ଉତ୍ତର ପ୍ରଦେଶ ଏବଂ ପୂର୍ବ ମଧ୍ୟ ପ୍ରଦେଶ ଶେଷ ପ୍ରାନ୍ତରେ ତାପମାତ୍ରା ସାମାନ୍ୟ ଉର୍ଦ୍ଧ୍ବରେ ଥବା ସ୍ପଷ୍ଟ କରାଯାଇଥିଲା। ବିହାରର ଭାଗଲପୁର ଅଞ୍ଚଳରେ ରାତିର ତାପମାତ୍ରା ସବୁଠୁ କମ୍ ୮.୨ଡିଗ୍ରୀ ସେଲସିୟସ୍ ବୋଲି ସ୍ପଷ୍ଟ କରାଯାଇଛି।

ହରିୟାଣା,ଚଣ୍ଡିଗଡ଼, ଦିଲ୍ଲୀ,ଜମ୍ମୁ କାଶ୍ମୀର,ରାଜସ୍ଥାନ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ କେତେକ ଅଞ୍ଚଳରେ କୁଆପଥର ପଡ଼ିଥିଲା। ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ ତୁଷାରପାତର ସମ୍ଭାବନା ରହିଛି। ଏହା ସହିତ ହରିୟାଣା,ଚଣ୍ଡିଗଡ଼ ଏବଂ ପଞ୍ଜାବର ଉତ୍ତର ପ୍ରାନ୍ତରେ ବର୍ଷା ହେବାର ସମ୍ଭାବନା ରହିଛି।

ଉତ୍ତର ପ୍ରଦେଶ,ଉତ୍ତରାଞ୍ଚଳ,ହରିୟାଣା,ଚଣ୍ଡିଗଡ଼,ଦିଲ୍ଲୀ,ପଞ୍ଜାବ,ହିମାଚଳ ପ୍ରଦେଶ,ଜାମ୍ମୁ କାଶ୍ମୀର,ଉତ୍ତର ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ତୁଷାରପାତର ସମ୍ଭାବନା ରହିଛି। କୋମୋରିନ୍ ଅଞ୍ଚଳରେ ଘଣ୍ଟା ପ୍ରତି ୩୫-୪୫ କିମି ବେଗରେ ପବନ ବୋହିବ ଯାହା ୫୫କିମି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ଏହି ସବୁ ସ୍ଥାନରେ ମାଛଧରାଳିଙ୍କୁ ସମୁଦ୍ରକୁ ଯିବାକୁ ନିଷେଧ କରାଯାଇଛି।

୨୪ଘଣ୍ଟା ମଧ୍ୟରେ ଜାମ୍ମୁ କାଶ୍ମୀରର କେତେକ ସ୍ଥାନରେ ତଥା ହରିୟାଣା,ପଶ୍ଚିମ ଉତ୍ତର ପ୍ରଦେଶ,ଉତ୍ତରାଞ୍ଚଳ,ପଞ୍ଜାବ,ହିମାଚଳ ପ୍ରଦେଶ,ପଶ୍ଚିମ ରାଜସ୍ଥାନ,ପୂର୍ବ ରାଜସ୍ଥାନ,ପଶ୍ଚିମ ରାଜସ୍ଥାନ,ପୂର୍ବ ରାଜସ୍ଥାନ,ପଶ୍ଚିମ ମଧ୍ୟ ପ୍ରଦେଶ ଏବଂ ପୂର୍ବ ମଧ୍ୟ ପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ପୂର୍ବ ଉତ୍ତର ପ୍ରଦେଶ,ବିଦର୍ଭ ଏବଂ ଛତିଶଗଡ଼ରେ ସାଧାରଣତଃ ପାଗ ଶୁଖିଲା ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.