ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା : ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ, ରେଳସେବା ବାଧାପ୍ରାପ୍ତ , ପୁରୀରେ ସର୍ବାଧିକ ବର୍ଷା ରେକର୍ଡ

Published By : Prameya-News7 Bureau | October 24, 2019 IST

ଭୁବନେଶ୍ବର୨୪|୧୦; ଆହୁରି ୨୪ ଘଣ୍ଟା ବର୍ଷିବ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ।୫ଟି ଜିଲ୍ଲା  ସୁନ୍ଦରଗଡ, ବରଗଡ, ଦେବଗଡ, କେନ୍ଦୁଝର, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।

{"id":174034,"width":591,"height":443}

ଅନ୍ୟପକ୍ଷରେ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।ଏହି ୯ ଜିଲ୍ଲା ହେଲା-ସୋନପୁର, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ମୟୁରଭଞ୍ଜ, ଅନୁଗୋଳ ।ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୧୬୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।ସେହପରି ଭୁବନେଶ୍ବରରେ ୧୦୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।୧୨ ଘଣ୍ଟା ପାଇଁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମୁଦାୟ ୧୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରୀ କରାଯାଇଛି ।

{"id":174028}

ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ।ବିଜୟନଗରମ୍ ରେଳ ଷ୍ଟେସନ୍ ରେଳ ଧାରଣା ଉପରେ ପାଣି ଜମି ରହିଛି । ଫଳରେ ଭୁବନେଶ୍ବର  - ବିଶାଖାପାଟଣାରେ ଇଣ୍ଟରସିଟି ଏକ୍ସପ୍ରେସ୍ ର ସୂଚୀ ପରିବର୍ତ୍ତନ କରାଯାଇଛି ।ଶ୍ରୀକାକୁଲମ୍ ପର୍ଯ୍ୟନ୍ତ ଟ୍ରେନ୍ ଯିବା ପରେ ସେଠାରୁ କୌଣସି ଯାତ୍ରୀ କୁ ଟ୍ରେନ୍ ରେ  ଯାତ୍ରା କରିବାର ସୁଯୋଗ ନଦେଇ ଖାଲି ଟ୍ରେନ୍ କୁ ବିଶାଖାପାଟଣା ଛଡାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।ବିଶାଖାପାଟଣା - ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍,  ବିଶାଖାପାଟଣା - ବ୍ରହ୍ମପୁର  ଓ ବ୍ରହ୍ମପୁର  - ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ବାତିଲ୍ ନେଇ ରେଳ ବିଭାଗ ସୂଚନା ଦେଇଛି ।

{"id":174029}

ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାର ସ୍ଥିତି  ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବିଶେଷକରି ସାନଖେମୁଣ୍ଡି ଅଞ୍ଚଳର ଅବସ୍ଥା ଉଦବେଗ ଜନକ ହୋଇପଡିଛି । ଉପର ମୁଣ୍ଡରେ ପାହାଡ଼ ଅଞ୍ଚଳରେ ବର୍ଷା ଯୋଗୁଁ ହଜାର ହଜାର ଏକର ଚାଷ ଜମି ଜଳ ମଗ୍ନ ସହ ବହୁ ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ଅନ୍ୟ ପଟେ ଘୋଡାହାଡ଼ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ଆସିକା ଦିଗପହଣ୍ଡି NH ରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି।ପାଟପୁର ସ୍ଥିତ ବୁଧେଶ୍ବର ମନ୍ଦିର ନିକଟ ପୋଚକା ନାଳ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି।

{"id":174013}

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଫତେପୁର ଗାଁରେ ଲଗାତାର ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡିଛି ।ଗାଁ ର ଜୟକୃଷ୍ଣ ପଳେଇଙ୍କ ୩ ବଖରା ଘରର କାନ୍ଥ ଭୁଶୁଡି ପଡିଛି ।ତେବେ ଅଳ୍ପକେ ପରିବାର ଲୋକ ବର୍ତ୍ତିଯାଇଛନ୍ତି ଓ ସମସ୍ତେ ସୁରକ୍ଷିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.