ବର୍ଷା ପାଇଁ ଟ୍ୱିନସିଟିରେ ଅରେଞ୍ଜ ଓ୍ୱାର୍ଣ୍ଣିଂ, ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷିବ

Published By : Prameya-News7 Bureau | December 04, 2021 IST

ଭୁବନେଶ୍ୱର ୦୪/୧୨: ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜଓ୍ୱାଦ । ତଥାପି ଆସନ୍ତାକାଲି ମଧ୍ୟାହ୍ନରେ ପୁରୀରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହାର ପ୍ରଭାବରେ କଟକ, ଭୁବନେଶ୍ବରକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଘ ବିଭାଗ । ଖାସ କରି ଆଜି ଓ କାଲି ଟ୍ୱିନସିଟିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.