Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବିହାରରେ ଜଳ ପ୍ରଳୟ, ରାଜଧାନୀ ପାଟନାର ୮୦ପ୍ରତିଶତ ଘରେ ପାଣି, ୩ ଦିନ ପରେ ଉଦ୍ଧାର ହେଲେ ଉପମୁଖ୍ୟମନ୍ତ୍ରୀ

30/09/2019 at 6:02 PM

ପାଟନା: ଗତ ୪ ଦିନ ହେଲା ଲଗାଣ ବର୍ଷାରେ ଏବେ ବିହାର ଉବୁଟୁବୁ ହେଉଛି। ବନ୍ୟାରୁ ରାଜଧାନୀ ପାଟନା ବି ବାଦ ପଡିନି। ସହରର ୮୦ ପ୍ରତିଶତ ଘରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ୩ ଦିନ ପରେ ଉଦ୍ଧାରକାରୀ ଦଳ ତାଙ୍କ ଘରୁ ଉଦ୍ଧାର କରିଛନ୍ତି। ବନ୍ୟାସ୍ଥିତିକୁ ଦେଖି ପ୍ରଶାସନ ମଙ୍ଗଳବାର ରାଜ୍ୟରେ ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି । ରିଲିଫ ଓ ଉଦ୍ଧାର ଲାଗି ବାୟୁସେନାକୁ ମଧ୍ୟ ଉପଯୋଗ କରାଯାଉଛି।

ରାଜ୍ୟର ଉପମୁଖ୍ୟମନ୍ତ୍ରୀ  ସୁଶୀଲ ମୋଦିଙ୍କୁ ସୋମବାର ତାଙ୍କ ଘରୁ ଉଦ୍ଧାର କରାଯାଇଛି। ଶୁକ୍ରବାର ରାତିରୁ ଉପମୁଖ୍ୟମନ୍ତ୍ରୀ ବନ୍ୟା ଘେରରେ ଫଶିଥିଲେ। ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୋସୁମୀ ସକ୍ରିୟ ଥିବା ବେଳେ ବଙ୍ଗୋପସାଗର ଉପରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଏବେ ବନ୍ୟାକୁ ଡାକିଆଣିଛି। ରାଜଧାନୀ ପାଟନାରେ ଏବେ ଜଳକର୍ଫ୍ୟୁ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସହରର ୮୦ ପ୍ରତିଶତ ଘରେ ପାଣି ପଶିଯାଇଥିବା ବେଳେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଯାଇଛି। ଏଣୁ ଗତ ୩୬ ଘଣ୍ଟା ହେଲା ପିଇବା ପାଣିବି ମିଳିପାରିନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାର ରାଜଧାନୀରୁ ଜଳ ନିଷ୍କାସନ ଲାଗି କୋଲ ଇଣ୍ଡିଆକୁ ୨ଟି ଡିୱାଟରିଂ ପମ୍ପ ଯୋଗାଇ ଦେବାକୁ ନିବେଦନ କରିଥିବା ବେଳେ ସହରରୁ ଲୋକଙ୍କୁ ଉଚ୍ଚସ୍ଥାନକୁ ନେବା ଓ ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ ଦେବା ଲାଗି ବାୟୁସେନାର ହେଲିକପ୍ଟର ସହାୟତା ପାଇଁ ନିବେଦନ କରିଛନ୍ତି। ବିହାରରେ ଚଳିତ ମୌସୁମୀରେ ୧୫ ପ୍ରତିଶତ ବର୍ଷା କମ୍ ହୋଇଥିବାର ଆକଳନ କରାଯାଇଥିଲା। ହେଲେ ଲଗାଣ ବର୍ଷା ଯୋଗୁ ପାଣି ଆବଶ୍ୟକତା ପୂରଣ ହୋଇଥିବା ବେଳେ ମାତ୍ର ଆଉ ୨ ପ୍ରତିଶତ ବର୍ଷାର ଆବଶ୍ୟକତା ରହିଛି।

   Related Posts