Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝାଞ୍ଜିରେ ଆଉଟ ପାଉଟ ଜୟପୁରବାସୀ : ୧୦ ଦିନରେ ହେଲା ୩୫ ଡିଗ୍ରୀ ଉପରେ ପାରଦ

28/04/2019 at 8:32 AM

କୋରାପୁଟ ୨୮/୪: ତତଲା କଡେଇରେ ଭାଜି ହେଉଛି ଜୟପୁର ସହର । ସବୁ ବର୍ଷର ରେକର୍ଡକୁ  ଭାଙ୍ଗିଲାଣି ଏଥରର ତାତି । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ।  ସହର ଦିନକୁ  ଦିନ କଂକ୍ରିଟ ଜଂଗଲରେ ପରିଣତ ହେଉଥିବା ବେଳେ ବ୍ୟାପକ ଜଂଗଲ ନଷ୍ଟକୁ ଏଥି ପାଇଁ ଦାୟୀ କରାଯାଉଛି।

ଅସହ୍ୟ ଗରମ ।  ତାପମାତ୍ରା ଗଲା ୧୦ ଦିନରେ ୩୫ ଡିଗ୍ରୀ ଉପରେ ରହୁଥିବା ବେଳେ ଆଗକୁ ଏହା ଆହୁରି ବଢି ପାରେ । ଏପ୍ରିଲ ମାସରେ ତାପମାତ୍ରା ଏତେ ବଢିଛି ଯେ ଏହା ପୂର୍ବ ବର୍ଷର ରେକର୍ଡକୁ ଭାଂଗି ଦେଇଛି । ଲୋକେ ଦିନ ୧୦ଟା ପରେ ଘରୁ ବାହାରି ପାରୁନାହାଁନ୍ତି । ଜରୁରୀ କାମ ଥିଲେ ଟୋପି ଓ ଛତା ଧରି ବାହାରକୁ ବାହାରୁଛନ୍ତି । ସର୍ବତ ଦୋକାନ ଠାରୁ ଆରମ୍ଭ କରି କାକୁଡି, ତରଭୁଜ ଦୋକାନରରେ ଜମୁଛି ଭିଡ ବ୍ୟାପକ ଜଂଗଲ ନଷ୍ଟ ଯୋଗୁଁ ତାପ ମାତ୍ର ବଢୁଥିବା ସହରବାସୀ କହିଛନ୍ତି ।ପ୍ରବଳ ଗ୍ରୀଷ୍ମ ଲହରୀ ଚାଲିଥିବା ବେଳେ ପଶୁ ଶିକାର ପାଇଁ ସ୍ଥାନୀୟ ଲୋକେ ଜଂଗଲରେ ନିଆଁ ଲଗାଇ ଗରମ ବଢ଼ୁଛି ।

ତାତିରେ ଲୋକମାନେ ଆଉଟୁ ପାଉଟୁ ହେଉଥିବା ବେଳେ ପ୍ରଶାସନ ଦିନ ବେଳେ ଟାଣ ଖରାରେ ନବାହାରିବାକୁ ସତର୍କ ସୂଚନା ଜାରି କରି ନିଜ କାମ ସାରି ଦେଇଛି ।ହେଲେ ସହରର କୌଣସି ସ୍ଥାନରେ ନା ପୌର ପାଳିକା ନା ପ୍ରଶାସନ କେହି ହେଲେ ବି ଜଳଛତ୍ରଟିଏ ଖୋଲିଲେନି । ଫଳରେ ସହରକୁ କାମଧନ୍ଦା ପାଇଁ ବାହାରୁ ଆସୁଥିବା ଲୋକମାନେ ପାଣି ମୁନ୍ଦେ ପାଇଁ ହଇରାଣ ହେଉଛନ୍ତି । ଜୟପୁର ପୋଲିସ ତରଫରୁ ପାଣି ସହ ଚହ୍ଲା,ରସନା  ଓ ଲେମ୍ବୁ ପାଣି ବଣ୍ଟାଯାଉଛି   । ପୋଲିସର ଏପରି ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଇଛି । ଏବେଠୁ ଏତେ । ମେ ମାସରେ ଅବସ୍ଥା କଣ ହେବ ଭାବି ଆତଙ୍କିତ ହୋଇପଡ଼ିଲେଣି ଜୟପୁରବାସୀ । 

   Related Posts