ଆସନ୍ତା ୨୪ ଘଣ୍ଟାରେ ଘନକୁହୁଡ଼ି, ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ୍
13/12/2020 at 5:27 PM

ଭୁବନେଶ୍ଵର ୧୩।୧୨: ଆସନ୍ତା ୨୪ ଘଣ୍ଟାରେ ଘନକୁହୁଡ଼ି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି। କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ସମ୍ଭାବନା ଥିବାରୁ ସତର୍କତା ଜାରି ହୋଇଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୨ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି। ଆଗାମୀ ୨ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର। ବର୍ତ୍ତମାନ ଓଡିଶା ଉପରେ ଗୁରୁଚାପର ପ୍ରଭାବ ଥିବାରୁ ଘନକୁହୁଡ଼ି ହେଉଛି। ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଘନକୁହୁଡ଼ି ସମ୍ଭାବନା ରହିଛି।
Related Posts
ଅଲୋଡା ହେଲା ଶିଶୁପତ୍ର, ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ
20 January 2021
କାର୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
20 January 2021