Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ପାଣିପାଗ: ମଙ୍ଗଳବାରଠୁ ରାଜ୍ୟରେ ଘନ କୁହୁଡି, ବଢିବ ତାପମାତ୍ରା

3/02/2019 at 5:21 PM

ଭୁବନେଶ୍ବର୩|୨: କମିଛି ଶିତର ଲହରି । ମାତ୍ର  ୩ଟି ଷ୍ଟେସନରେ ୧୦ ଡ଼ିଗ୍ରୀ ସେଲସିୟସ ତଳକୁ ପାରଦ ରହିଛି । ଏବଂ ଅନ୍ୟ ଷ୍ଟେସନ ଗୁଡ଼ିକ​ରେ ୧୦ ଡ଼ିଗ୍ରୀ ରୁ ଅଧିକ ରହିଛି  ପାରଦ ।  ଗତକାଲି ଅନୁଗୁଳ, ସର୍ବନିମ୍ନ ୯ ଦଶମିକ୫ ଡ଼ିଗ୍ରୀ,ଦାରିଙ୍ଗବାଡି ୯.୫ ଓ କୋରାପୁଟ ୯.୪ ଡିଗ୍ରି  ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି ।  ସେହିଭଳି ଭୁବନେଶ୍ବର,୧୨.୨ଡିଗ୍ରି  ତାପମାତ୍ରା ରହିଛି ।

ତେବେ ରାତ୍ରିର ତାପମାତ୍ରା ଏବେ ଧିରେ ଧିରେ ବଢିବା ସହ ଦିନରେ ତାପମାତ୍ରା ବଢିବାରେ ଲାଗିଲାଣି । କିନ୍ତୁ ମଙ୍ଗଳବାର ଠାରୁ କିଛି ଦିନ ପର୍ଯ୍ୟନ୍ତ କୁହୁଡି ର ପ୍ରଭାବ ଦେଖିବାକୁ ମିଳିବ ବୋଲି ସୁଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ । ମୁଖ୍ୟତଃ ଜଗତସିଂପୁର, କଟକ,ଖୋର୍ଧା,ପୁରୀ,ଭଦ୍ରକ,କେନ୍ଦ୍ରାପଡା,ବାଲେଶ୍ବର ଢେଙ୍କାନାଳ,ଅନୁଗୁଳ,ଓ ଯାଜପୁର ଅଂଚଳରେ କୁହୁଡିର ମାତ୍ରା ସାମାନ୍ୟ ଅଧିକ ରହିବ ବୋଲି ସୁଚନା ଦେଇଛି ବିଭାଗ ।

   Related Posts