Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ଘନ କୁହୁଡି ସମ୍ଭାବନା, ଗାଡିମୋଟର ଚଳାଚଳରେ ହୋଇପାରେ ସମସ୍ୟା, ସତର୍କ ରହିବାକୁ ପରାମର୍ଶ

5/12/2020 at 8:19 AM

ଭୁବନେଶ୍ୱର ୦୫/୧୨: ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି । ଏହାସହ ଆସନ୍ତା ୭ ତାରିଖ ସକାଳ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ମଧ୍ୟମରୁ ଘନ କୁହୁଡ଼ି ଆଶଙ୍କା ରହିଛି । କେତେକ ସ୍ଥାନରେ ୫୦ ମିଟର ପରେ ଆଉ କିଛି ଦୃଶ୍ୟମାନ ହେଉନାହିଁ। ଏ ନେଇ ଯାନବାହାନ ଚାଳକମାନେ ଅଧିକ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ପାଣିପାଗ ବିଭାଗର ସୂଚନାନୁସାରେ, ଶନିବାର ଆଭ୍ୟନ୍ତରୀଣ ଓଡ଼ିଶା ସହ କଟକ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି । ବୌଦ୍ଧ, ସୁନ୍ଦରଗଡ଼, ଅନୁଗୁଳ, କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଘେରିପାରେ । ଯାହାକି ଗାଡ଼ିମୋଟର ଚଳାଚଳରେ ସମସ୍ୟା ସୃଷ୍ଟି କରିପାରେ। ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଏତତ୍ ବ୍ୟତୀତ ୫ ତାରିଖ ବିଳମ୍ବିତ ରାତି ଓ ୬ ତାରିଖ ଭୋର୍‌ ସମୟରେ ଉତ୍ତର ଉପକୂଳ ସମେତ ଅନୁଗୁଳ କଳାହାଣ୍ଡି, ମୟୂରଭଞ୍ଜ, ଖୋର୍ଦ୍ଧା, ଢେଙ୍କାନାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ସେହିପରି କଟକ, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁରରେ ଘନ କୁହୁଡ଼ି ଆଶଙ୍କା ଅଛି ।

୭ ତାରିଖରେ ମଧ୍ୟ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି ସମ୍ଭାବନା ଅଛି । ଭୋର୍‌ରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳରେ ମଧ୍ୟମ ଧରଣରର କୁହୁଡ଼ି ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ହୋଇପାରେ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ସେତେଟା ଫରକ ପଡିବାର ସମ୍ଭାବନା କମ୍ ରହିଛି ।

   Related Posts