ଘନ କୁହୁଡିରେ ଘୋଡାଇ ହେଲା ବ୍ଲାକ୍ ପାଗୋଡା, ନିରାଶ ହେଲେ ପର୍ଯ୍ୟଟକ
10/12/2020 at 9:27 AM

କୋଣାର୍କ ୧୦।୧୨: ଚଳିତ ବର୍ଷ ଶୀତ ଋତୁ ଆରମ୍ଭରେ ଦେଖିବାକୁ ମିଳିଛି ଘନ କୁହୁଡିର ଚାଦରରେ ବ୍ଲାକ୍ ପଗୋଡା ଘୋଡାଇ ହୋଇଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରକୃତିର ଏହି ଘନ କୁହୁଡିର ବଳୟ ଭିତରେ ଏବେ ବ୍ଲାକ୍ ପଗୋଡ଼ା ।

ଗୁରୁବାର ସକାଳୁ କୋଣାର୍କରେ ଦେଖିବାକୁ ମିଳିଛି ଘନ କୁହୁଡି । ଯାହା ସମ୍ପୂର୍ଣ୍ଣ କୋଣାର୍କ ବଜାର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଲୁଚାଇ ଦେଇଛି ।

କୁହୁଡିର ମାତ୍ରା ଏତେ ଅଧିକ ଥିଲା ପାଖରୁ ମଧ୍ୟ ବାଟ ଘାଟ ଦୃଶ୍ୟମାନ ହେଉନଥିଲା । କୁହୁଡିର ପ୍ରଭାବ ବିଳମ୍ବ ସକାଳ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ।

ସେପଟେ ସୂର୍ଯ୍ୟ ମନ୍ଦିରରେ କୁହୁଡିର ଘନ ବଳୟ ପର୍ଯ୍ୟଟକମାନଙ୍କୁ ମନ୍ଦିର ବୁଲିବାରୁ ନିରାଶ କରିଛି । ସୂର୍ଯ୍ୟ ମନ୍ଦିରର କଳା ଭାସ୍କର୍ଯ୍ୟକୁ ଦୀର୍ଘ ସମୟ ଧରି ଦେଖି ପାରିନାହାନ୍ତି ପର୍ଯ୍ୟଟକ ।
Related Posts
ବୋଲେରୋ ଧକ୍କାରେ ଜଣେ ମୃତ
25 January 2021
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021