୧୧ ଜିଲ୍ଲାରେ ୨ ଦିନ ଘନ କୁହୁଡି, ଆଜି ୪ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ସମ୍ଭାବନା

Published By : Prameya-News7 Bureau | November 20, 2020 IST

ଭୁବନେଶ୍ୱର,୨୦/୧୧: ଆସନ୍ତା ଦୁଇଦିନ ଧରି ରାଜ୍ୟରେ ଘନ କୁହୁଡି ଲାଗି ରହିବ । ରାଜ୍ୟର ୭ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି । ସେହିପରି  ୪ଟି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ଏହା ସହ ଆସନ୍ତା ୨୦ରୁ ୨୪ ତାରିଖ ଭିତରେ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପ ବୃଷ୍ଟିପାତ ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନାନୁସାରେ, ଆସନ୍ତା ୨-୩ ଦିନ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି। ତକିନ୍ତୁ ଆସନ୍ତା ୨ ଦିନ ଯାଜପୁର, କନ୍ଧମାଳ, ବାଲେଶ୍ୱରରେ, କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜରେ ଘନ କୁହୁଡ଼ି ସମ୍ଭାବନା ଅଛି । ଏହି ସମୟରେ ରାସ୍ତାରେ ଯାତାୟାତ ବେଳେ ସତର୍କତା ଅବଲମ୍ବନ କରିବାକୁ ପଡିବ । ସେହିପରି ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ାକୁ ମଧ୍ୟମ ଧରଣର କୁହୁଡ଼ି ଘେରିବ ।

ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶନିବାର ମଧ୍ୟ କେତେକ ସ୍ଥାନରେ ହାଲୁକା ବର୍ଷା ହେବା ନେଇ ଅନୁମାନ କରାଯଉଛି । ୨୩ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ରହିପାରେ। ରାଜ୍ୟରେ ଦିନରେ ଏବେ ଗରମ ସାମାନ୍ୟ ଅଧିକ ରହୁଛି । ପ୍ରାୟତଃ ଅନେକ ସ୍ଥାନରେ ତାପମାତ୍ରା ୩୩ ଡିଗ୍ରୀ ଉପରେ ରହୁଛି । ସେହିପରି ଦାରିଙ୍ଗିବାଡ଼ି, ଫୁଲବାଣୀ, ସୋନପୁର ଓ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ଭିତରେ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.