୨୪ ଘଣ୍ଟାରେ ରାଜ୍ୟରେ ଘନକୁହୁଡି, ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
7/12/2020 at 8:30 PM

ଭୁବନେଶ୍ଵର ୦୭।୧୨: ଆସନ୍ତା ୨୪ ଘଣ୍ଟାରେ ଘନକୁହୁଡି ପାଇଁ ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି। ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କଟକ, ନୟାଗଡ଼, ସୋନପୁର, ବୌଦ୍ଧ, ବରଗଡ଼ ଜିଲ୍ଲାରେ ଘନକୁହୁଡ଼ି ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱଭାବିକ ରହିଛି। ଗତ ୨୪ ଘଣ୍ଟାରେ ୧୨ ଟି ସହରର ତାପମାତ୍ରା ୧୪ ଡିଗ୍ରୀ ତଳେ ରେକର୍ଡ ହୋଇଛି। ଫୁଲବାଣୀରେ ସର୍ବନିମ୍ନ ୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସୋନପୁର ୮.୮, ଦାରିଙ୍ଗିବାଡି ୯, ଅନୁଗୁଳ ୧୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
Related Posts
ଆସିକା ପୋଲିସକୁ ବଡ ସଫଳତା, ୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ
16 January 2021