Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ରାତି ଅଧରେ ପ୍ରକୃତିର ତାଣ୍ଡବ, ଭୂସ୍ଖଳନ ଏବଂ ବନ୍ୟା ଯୋଗୁ ୪୧ ଲୋକଙ୍କ ମୃତ୍ୟୁ, ୧୦ ହଜାର ବିପନ୍ନ ସ୍ଥାନାନ୍ତର

4/04/2021 at 9:58 PM

ନୂଆଦିଲ୍ଲୀ ୪/୪: ଇଣ୍ଡୋନେସିଆର ପୂର୍ବ ପ୍ରାନ୍ତରେ  ହୋଇଥିବା ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏଥି ପାଇଁ ଏବେ ସୁଦ୍ଧା ୪୧ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରକୃତିର ତାଣ୍ଡବରେ ହଜାର ହଜାର ଲୋକ ବେଘର ହୋଇଥିବା ବେଳେ ୨୭ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପୂର୍ବ ନୁସା ତୋଙ୍ଗରା ପ୍ରାନ୍ତର ଏଡୋନାରା ଦ୍ବିପରେ ଥିବା ଲମେନେଲେ ଗାଁରେ ଅଧାରୁ ଅଧିକ ଘର ଉପରେ ମାଟି ମାଡ଼ିଯାଇଛି। ଅଧ ରାତିରେ ବିପଦ ମାଡ଼ି ଆସିବାରୁ ଲୋକେ କିଛି ବୁଝିବା ପୂର୍ବରୁ ବହୁ ଘର ପାଣି ଭାସିଯାଇଥିଲା। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରବିବାର  ଦ୍ବିପ୍ରହର ବେଳକୁ ୩୫ ମୃତଦେହ ଉଦ୍ଧାର ହୋଇଥିଲା।  ପାହାଡ଼ ଧସି ଆସିଥିବାରୁ ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

ଅନ୍ୟାନ୍ୟ ସ୍ଥାନରେ ବନ୍ୟା ପାଣି ମାଡ଼ି ଆସିଥିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ମିଳିଛି। ଆହୁରି ମୃତକଙ୍କ ସଂଖ୍ୟ ବଢ଼ିପାରେ ବୋଲି କୁହାଯାଉଛି। ଗାଁର ୪୦ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବନ୍ୟା ପାଣି ଫ୍ଲୋରେସ୍‌ ଜେଲ୍‌ରେ ପଶିଥିବା ବେଳେ ଗୁରୁତର ହୋଇଥିବା ୪ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବନ୍ୟା ବିପନ୍ନଙ୍କୁ ସେନା ଶିବିରରେ ଥଇଥାନ କରାଯାଉଛି। ପାଖାପାଖି ୧୦ ହଜାର ଲୋକଙ୍କୁ ସ୍ଥାନନ୍ତର କରାଯାଇଥିବା ନେଇ ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ମିଳିଛି।

   Related Posts