Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ବାରିପଦା ବଜାରରେ ଅଗ୍ନିକାଣ୍ଡ : ୩ଟି ଦୋକାନ ସମ୍ପୂର୍ଣ୍ଣ ଭସ୍ମୀଭୂତ

12/11/2019 at 7:30 AM

ବାରିପଦା ୧୨।୧୧ : ବାରିପଦା ବଜାରରେ ନିଆଁ ତିନୋଟି ଦୋକାନ ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।  

ସୂଚନାଯୋଗ୍ୟ ଯେ, ବାରିପଦା ବଜାରରେ ଗତକାଲି  ବିଳମ୍ବିତ ରାତିରେ ନିଆଁ ଲାଗି ତିନୋଟି ଦୋକାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଟ୍ରାଫିକ୍ ଛକ ରୁ ହସ୍ପିଟାଲ୍ ରାସ୍ତା ମଧ୍ୟରେ ଥିବା ତିନୋଟି ଅସ୍ଥାୟୀ ଟେଲର୍ ଦୋକାନରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ବହୁ ପରିମାଣର କପଡା ସହିତ  ଦୋକାନରେ ଥିବା ସାତଟିରୁ ଅଧିକ ଟେଲରିଂ ମେସିନ୍ ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଗାଡି ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲା।  ବାରିପଦା ଟାଉନ୍ ଥାନା ପୋଲିସ  ଓ  ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡର କାରଣ ଲାଗି ଘଟଣାର ତଦନ୍ତ ଜାରି  ରଖିଛନ୍ତି ।

   Related Posts