ଅମାନିଆଙ୍କୁ ନିସ୍ତାର ନାହିଁ, ସାମାଜିକ ଦୂରତା ଭାଙ୍ଗିଲେ ଏବେ ୫୦୦ ଟଙ୍କା ଫାଇନ

Published By : Prameya-News7 Bureau | April 30, 2020 IST

ଭୁବନେଶ୍ୱର, ୩୦|୦୪:  ସାମାଜିକ ଦୂରତା ନମାନିଲେ ଏବେ ଆଉ ନିସ୍ତାର ନାହିଁ । ଜରିମାନା ଦେବାକୁ ପଡିବ ୫୦୦ ଟଙ୍କା । କମିସନରେଟ୍ ପୋଲିସକୁ ସାମାଜିକ ଦୂରତା ଉଲଙ୍ଘନକାରୀଙ୍କ ଉପରେ ନଜର ଓ ଫାଇନ ଆଦାୟ ପାଇଁ କ୍ଷମତା ପ୍ରଦାନ କରାଯାଇଛି ।

ମେ ୧ ରୁ କମିସନରେଟ ପୋଲିସର ନିୟମ କଡାକଡି । ସାମାଜିକ ଦୁରତା ପାଳନ କରୁନଥିବା ଲୋକଙ୍କ ଉପରେ ଲାଗିବ ଫାଇନ । ଅର୍ବାନ ପୋଲିସ ଆକ୍ଟର  ୨୮ (୧୨) ଧାରା ଲାଗୁ ହେବ।ଏହି ଧାରା ଅନୁସାରେ ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ଭଙ୍ଗକାରୀ ୫୦୦ ଟଙ୍କା  ତଣ୍ଡ ଗଣିବେ । ଏଥିପାଇଁ କମିସନରେଟ ପୋଲିସକୁ କ୍ଷମତା ମିଳିଛି ।

ଏତତ୍ ବ୍ୟତୀତ ଗୁଟଖା ଓ ପାନ ଖାଇ ବଜାର ଯିବାକୁ ମନା କରାଯାଇଛି । ବାହାରେ ଛେପ ପକାଇଲେ ୫୦୦ ଟଙ୍କା ଫାଇନ ଗଣିବାକୁ ପଡିବ । ମାସ୍କ ନ ପିନ୍ଧିଲେ ପ୍ରଥମ ଥର ୨୦୦ ଟଙ୍କା ଫାଇନ ଦେବାକୁ ପଡିବ । ସେହିପରି ଦୋକାନ ଖୋଲିବା ପାଇଁ ମଧ୍ୟ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଦୋକାନରେ ଅଧା ସଂଖ୍ୟାରେ କର୍ମଚାରୀ, ସାନିଟାଇଜର ସୁବିଧା, ମାସ୍କ ବାଧ୍ୟତାମୂଳକକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.