ଆହୁରି କଡାକଡି ହେବ ଚ୍ରାଫିକ ନିୟମ : ଆମେରିକା-ବ୍ରିଟେନ୍ ରାସ୍ତାରେ ଭାରତ, ନିୟମ ଭାଙ୍ଗିଲେ ଏବେ ଅଧିକ ଗଣିବେ ତଣ୍ଡ

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ, ୨୧।୦୧ :  କେନ୍ଦ୍ର ସରକାର ୨୦୨୫ ସୁଦ୍ଧା ସଡକ ଦୁର୍ଘଟଣାଜନିତ ସଂଖ୍ୟାକୁ ଅଧା କରିବା ପାଇଁ ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ପରିବହନ ମନ୍ତ୍ରୀ ସଡକ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି ପାଇଁ ୩ଦିନିଆ ତାଲିମ ଶିବିର ଆୟୋଜିତ ହେବା ଆବଶ୍ୟକ ବୋଲି କହିଛନ୍ତି ।

ନୀତିନ ଗଡକରୀ କହିଛନ୍ତି ଯେ, ସ୍ୱିଡେନରେ ସଡକ ଦୁର୍ଘଟଣା ରୋକିବା ପାଇଁ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ସଚେତନତା ବୃଦ୍ଧି କରିବାକୁ ସୋସିଆଲ ମିଡିଆର ବ୍ୟବହାର କରାଯାଉଛି । ଭାରତରେ ଦୈନିକ ୩୦ କିମି ରାସ୍ତା ନିର୍ମାଣ ହେଉଛି ।ଯାହା ମହାମାରୀ ବେଳେ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ଅଟେ । ସଡକ ସୁରକ୍ଷା ଦିଗରେ ଏନଜିଓଙ୍କୁ ସାମିଲ କରିବା ଉଚିତ ।

ଏତତ୍ ବ୍ୟତୀତ ଟ୍ରାଫିକ ନିୟମ ଭାଙ୍ଗିଲେ ଏବେ ଆହୁରି ଅଧିକ ଫାଇନ ଦେବାକୁ ପଡିବ । ବୀମା ନିୟାମକ ଆଇଆରଡିଏଆଇ ଏକ ପ୍ରସ୍ତାବ ଦେଇଛି ଯେ, ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କୁ ଆହୁରି ଅଧିକ ଟଙ୍କା ଇନସ୍ୟୁରାନ୍ସ ପ୍ରିମିୟମ ପାଇଁ ଦେବାକୁ ପଡିବ । ଆମେରିକା, ବ୍ରିଟେନ ସମେତ ଅନେକ ୟୁରୋପୀୟ ଦେଶରେ ଚାଳକଙ୍କ କ୍ରେଡିଟ୍ ରେକର୍ଡ ରଖାଯାଉଛି । ଏହା ଆଧାରରେ ବୀମାର କିସ୍ତୀ ନିର୍ଧାରିତ ହୋଇଥାଏ ।

ସଡକ ଦୁର୍ଘଟଣା ଉପରେ ଲଗାମ ଲଗାଇବା ପାଇଁ ୨୦୧୯ରେ କେନ୍ଦ୍ର ସରକାର ମୋଟର ଭେଇକେଲ୍ ଆଇନରେ ସଂଶୋଧନ କରିଥିଲେ । ଯେଉଁଥିରେ ଟ୍ରାଫିକ ସହ ଜଡିତ ଜରିମାନା ରାଶିକୁ ବୃଦ୍ଧି କରାଯାଇଥିଲା । ୨୦୨୦ର ପ୍ରଥମ ୬ ମାସରେ ସଡକ ଦୁର୍ଘଟଣା ମାମଲାରେ ୩୫ ପ୍ରତିଶତ କମିଥିବା ରିପୋର୍ଟ ଆସିଥିଲା । ଦେଶରେ ୨୦୨୦ ଜାନୁଆରୀରୁ ଜୁନ ମଧ୍ୟରେ ୧୬୦୦୦୦ଟି ଦୁର୍ଘଟଣା ହୋଇଥିଲା । ଯାହା ୬ ବର୍ଷର ହାରାହାରି ସଂଖ୍ୟାରେ ୩୫ ହ୍ରାସ ଘଟିଛି । ଏହି ସମୟରେ ଦେଶରେ ପ୍ରାୟ ୨ ମାସ ଧରି ଲକଡାଉନ୍ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.