ମାସ୍କ ପାଇଁ ୫୦୦୦ ଟଙ୍କା ଜରିମାନା, ବାହାଘର ସହ ଲୋକ ଗହଳିରେ ନିୟମ ଭାଙ୍ଗିଲେ ଗଣିବେ ୧୦ ହଜାର, ଦୋକାନ ମାସେ ହେବ ସିଲ୍
31/07/2020 at 7:46 PM

ଭୁବନେଶ୍ୱର, ୩୧|୦୭: ରାଜ୍ୟ ସରକାର ଅନଲକ୍-୩ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ସାମାଜିକ ଦୂରତା , ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାସହ ନିୟମର ଉଲଙ୍ଘନ କଲେ ପୂର୍ବାପେକ୍ଷା ଅଧିକ ତଣ୍ଡ ଗଣିବାକୁ ହେବ ।
ନିୟମାନୁସାରେ, ପୂର୍ବଭଳି ସାଧାରଣ ସ୍ଥାନରେ ଛେପ ପକାଇଲେ ଫାଇନ୍ ପଡିବ । ଏପରିକି ମାସ୍କ ନପିନ୍ଧିଲେ ପ୍ରଥମ ଦୁଇଥରରେ ୧୦୦୦ ଟଙ୍କା ଓ ତୃତୀୟ ଥର ୫୦୦୦ ଟଙ୍କା ଫାଇନ୍ ପଡିବ । ବିବାହ ପାଇଁ ଏବେ ଆଇନ ନମାନିଲେ ୧୦ ହଜାର ଟଙ୍କା ଫାଇନ ଦେବାକୁ ପଡିବ । ଏପରିକି ବିବାହ ମଣ୍ଡପ ସିଲ୍ ହେବା ନେଇ ମଧ୍ୟ ନିୟମ ହେବ ।
ସେହିପରି ୧୦ ଜଣଙ୍କଠୁ ବେଶୀ କୌଣସି ସାଧାରଣ ସ୍ଥାନରେ ଗହଳି କରିପାରିବେ ନାହିଁ । ନିୟମ ନମାନିଲେ ୧୦ ହଜାର ଟଙ୍କା ଫାଇନ୍ ଲାଗିବ । ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିବ । ତେବେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା ଜରୁରୀ । ଦୋକାନୀ ନିମୟର ଉଲଙ୍ଘନ କଲେ ୧୦ ହଜାର ଟଙ୍କା ଫାଇନ୍ ଗଣିବେ । ଏତତ୍ ବ୍ୟତୀତ ଦ୍ୱିତୀୟ ଥର ନିୟମ ନମାନିଲେ ଦୋକାନକୁ ୭ ଦିନ ପାଇଁ ଓ ତୃତୀୟ ଥର ନମାନିଲେ ଦୋକାନକୁ ଗୋଟିଏ ମାସ ଯାଏଁ ସିଲ୍ କରାଯିବା ନେଇ ନିୟମ ରହିଛି ।