Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରି ଜରିମାନାକୁ ଡରି ମୋଟର ବାଇକ ଚଳାଉଥିବା ପୁଅକୁ ଘରେ ତାଲା ପକାଇା ବାପା

11/09/2019 at 4:12 PM

ଆଗରା :  ନୂଆ ମୋଟର ଯାନ ଆଇନରେ ଭାରି ଜରିମାନାକୁ ଡରି ଜନୈକ ବ୍ୟକ୍ତି ମୋଟର ବାଇକ୍ ଚଳାଉଥିବା ତାଙ୍କ ପୁଅକୁଘରେ ତାଲା ପକାଇଦେଇଛନ୍ତି। ପୁଅ ପ୍ରାୟତଃ ବାଇକ୍ ନେଇ ବିଭିନ୍ନ କାମରେ ଯାଉଛି। ବାହନ ଚଳାଇବା ବେଳେ ଟ୍ରାଫିକ କଟକଣା ଭାଙ୍ଗିବାର ଭୟ ରହୁଥିବାରୁ ଏଭଳି କରୁଥିବା କହିଛନ୍ତି ଉତ୍ତର ପ୍ରଦେଶ ଆଗରାର  ଜାଲମ ସିଂହ କହିଛନ୍ତି।

ଜାଲମ ଘରେ ତାଲା ପକାଇ ରଖିଥିବା ନେଇ ତାଙ୍କ ପୁଅ ପୋଲିସକୁ ସୂଚିତ କରିଥିଲେ। ପୋଲିସ ପହଞ୍ଚି ଇତମଦ-ଉଦ-ଦୌଲା ପୋଲିସ ପହଞ୍ଚି ଘରୁ ପୁଅକୁ ତାଲା ଖୋଲି ବାହାରକୁ ବାହାର କରିଥିଲେ। ଘଟଣା ସମ୍ପର୍କରେ ଜାଲମ ସିଂହକୁ ପଚାରିବା ବେଳେ ନୂଆ ମୋଟାରଯାନ ଆଇନ ଲାଗି ସେ ବାଧ୍ୟ ହୋଇ ଏଭଳି କରିଥିବା କହିଥିଲେ। ଆଗରୁ ଟ୍ରାଫିକ ନୀତି ନିୟମ କୋହଳ ଥଲା। ଏଣୁ ଚାଳକଙ୍କ ଛୋଟମୋଟ ଭୁଲକୁ ପୋଲିସ କ୍ଷମା କରିଦେଉଥିଲା। ହେଲେ ସଂଶୋଧିତ ମୋଟରଯାନ ଆଇନ-୨୦୧୯ରେ ବାହନ ଚାଳକଙ୍କୁ ସାମାନ୍ୟତ୍ରୁଟି ଲାଗି ହଜାର ହଜାର ଟଙ୍କାର ଚାଲାଣ କାଟୁଛି ବୋଲି ଜାଲମ କହିଥିଲେ।

କେବଳ ଆଗ୍ରାର ଜାଲମ ନୁହନ୍ତି ଦେଶର ପ୍ରାୟ ସ୍ଥାନରେ ନୂଆ ସଂଶୋଧିତ ଆଇନକୁ ନେଇ ଏବେ ବାହନ ଚାଳକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ବାହନର ବଗଠାରୁ ଆରମ୍ଭ କରି ପ୍ରଦୂଷଣ ଏପରିକି ଚାଳକଙ୍କ ଡ୍ରେସକୋଡକୁ ବି ପୋଲିସ ଓ ପରିବହନ ବିଭାଗ କଡାକଡି ଯାଞ୍ଚ କରି ଫାଇନ କାଟୁଛନ୍ତି।

   Related Posts