Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଫନି ପୂର୍ବରୁ କୋରାପୁଟରେ କାଳବୈଶାଖୀ ମାରିଲା ଫଣା: ବ୍ୟାପକ କ୍ଷୟକ୍ଷତି, ୩ ଆହତ

1/05/2019 at 10:22 PM

ଜୟପୁର୫|୧: ମାଡି ଆସୁଛି ମହାବାତ୍ୟା ଫନି।ଆଉ ଏହାକୁ ମୁକାବିଲା କରିବାକୁ ସବୁ ଜିଲ୍ଲାରେ ଚାଲିଛି ଜୋରଦାର ପ୍ରସ୍ତୁତି।ହେଲେ ଫନି ଆସିବା ପୂର୍ବରୁ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫଣା ଦେଖାଇଛି କାଳବୈଶାଖୀ ।କାଳବୈଶାଖୀର ତାଣ୍ଡବରେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କୋରାପୁଟ ସହର ବେଶୀ କ୍ଷୟକ୍ଷତି ହୋଇଛି।

ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ଗଛ ପଡି ଅନେକ ଘର ଭାଂଗି ଯାଇଛି।ଆଗକୁ ଫନି ଆସୁଥିବାରୁ ଲୋକ ମାନେ ଅଧିକ ଭୟଭିତ ହୋଇପଡିଥିବା ବେଳେ କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଫନିକୁ ମୁକାବିଲା କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଜିଲ୍ଲାର ଲମତାପୁଟ ଓ କୋରାପୁଟ ବ୍ଳକରେ କାଳବୈଶାଖୀର ବେଶୀ ପ୍ରଭାବ ଦେଖିବାକୁ ମିଳିଛି।କାଳବୈଶାଖୀ ଯୋଗୁଁ କୋରାପୁଟ ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩ ଜଣ ଆହତ ହୋଇ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।

ଅନେକ ସ୍ଥାନରେ ଗଛ ଭାଂଗି ଯାଇଥିବା ବେଳେ ଘର ଓ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଂଗି ଯାଇଥିବା ଦେଖିବାକୁ ମିଳୁଛି।ସେପଟେ ଆଗକୁ ବାତ୍ୟା ଫନୀ ଆସୁଥିବାରୁ ଲୋକମାନେ ଅଧିକ ଭୟଭୀତ ହୋଇ ପଡିଛନ୍ତି।ବିଶେଷ କରି କଚା ଘରେ ରହୁଥିବା ଲୋକଙ୍କ ଚିନ୍ତା ଅଧିକ ବଢି ଯାଇଛିନ୍ତି।ବାତ୍ୟା ମୁକାବିଲା କରିବାକୁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ ଭାଂଗି ଯାଇଥିବା ଘରକୁ ସଜାଡିବାରେ ଲାଗିପଡିଛନ୍ତି କୋରାପୁଟ ସହରବାସୀ।

କାଳବୈଶାଖୀର ତାଣ୍ଡବ ପରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ଭଂଗା ଗଛ ସବୁ ରାସ୍ତାରୁ ହଟାଇବା ସହ ବିଦ୍ୟୁତ ସଂଯୋଗ ପୁନଃ ସ୍ଥାପନ ପାଇଁ ଉଦ୍ୟମ କରାଯାଇଛି।କ୍ଷତିଗ୍ରସ୍ତ ଓ ଆହତ ଲୋକଙ୍କୁ ରେଡକ୍ରସ ତରଫରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଇଥିବା କହିଛନ୍ତି ଜିଲ୍ଲା ଜରୁରୀ କାଳିନ ଅଧିକାରୀ।

ସେପଟେ ବାତ୍ୟା ଫନି ମୁକାବିଲା କରିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ କରାଯାଇଛି।ଓଡ୍ରାଫ ଓ ଅଗ୍ନିଶମ ବିଭାକୁ ଆଲର୍ଟ କରାଯାଇଥିବା ବେଳେ ଯେଉଁ ସବୁ ସ୍ଥାନରେ ଫନିର ପ୍ରଭାବ ଦେଖାଯିବାର ସମ୍ବାବନା ରହିଛି ସେହି ସବୁ ସ୍ଥାନରେ ପ୍ରଶାସନ ତରଫରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିବା କହିଛନ୍ତି କୋରାପୁଟ ଜିଲ୍ଲାପାଳ।

ବାତ୍ୟା ଫନି ପୂର୍ବରୁ କାଳବୈଶାଖୀ ଯେପରି ତାର ତାଣ୍ଡବ କୋରାପୁଟରେ ରଚିଲା ଏଥିରେ ସାଧାରଣ ଲୋକ ଭୟଭୀତ ହେବା ସ୍ବଭାବିକ।କିନ୍ତୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଫନି ମୁକାବିଲା କରିବାକୁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।

   Related Posts