ଦେବଭୂମିରେ ପ୍ରକୃତିର କୋପ: ବାଦଲଫଟା ବର୍ଷାରେ ଜଳ ପ୍ରଳୟ, ଧ୍ଵଂସ ହୋଇଗଲା ଆଇଆଇଟି କୋଠା

Published By : Prameya-News7 Bureau | May 11, 2021 IST

ଦେବପ୍ରୟାଗ ୧୧।୦୫: ଉତ୍ତରାଖଣ୍ଡରେ ପୁଣି ଥରେ ପ୍ରକୃତି ତାରି କୋପ ଦେଖିବାକୁ ମିଳିଛି। ବାଦଲଫଟା ବର୍ଷା କାରଣରୁ ସୃଷ୍ଟି ଜଳପ୍ରଳୟ ଦେବପ୍ରୟାଗରେ ତାର ତାଣ୍ଡବ ଦେଖାଇଛି। ବାଦଲ ଫାଟିବାରୁ ମୂଷଳଧାରା ବର୍ଷାରେ ଆଇଆଇଟି କୋଠା ଭୂଶୁଡି ପଡିଛି। ଅଞ୍ଚଳରେ ଅନେକ ଦୋକାନ ମଧ୍ୟ କ୍ଷତିଗ୍ରସ୍ତ  ହୋଇଛି। ସୌଭାଗ୍ୟର କଥା କୋଭିଡ୍ କର୍ଫ୍ୟୁ କାରଣରୁ ଜନଜୀବନ ହାନୀ ଘଟିନାହିଁ। ଆବର୍ଜନା କାରଣରୁ ଭାଗିରଥୀର ଜଳସ୍ତର ବୃଦ୍ଧି ପାଇଛି।

ବାଦଲଫଟା ବର୍ଷାରେ ଶାନ୍ତା ନଦୀର ଜଳସ୍ତର ବଢିବାରୁ ଶାନ୍ତି ବଜାର କ୍ଷତିଗ୍ରସ୍ତ ହୋଇଛି। ଆଇଆଇଟି ତିନି ମହଲା କୋଠା ସଂପୂର୍ଣ୍ଣ ଧ୍ଵସ୍ତ ହୋଇ ଯାଇଛି। ଭଗ୍ନାବଶେଷ ତଳେ କାହାରି ଦବି ରହିଥିବାର ସୂଚନା ମିଳିନାହିଁ। କରୋନା କର୍ଫ୍ୟୁ କାରଣରୁ ଆଇଆଇଟି ସହିତ ଦୋକାନ ବନ୍ଦ ଥିବାରୁ ବଡ ସଂଖ୍ୟାରେ ଲୋକଙ୍କ ଜୀବନ ରକ୍ଷା ପାଇ ଯାଇଛି।

ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ଦଶରଥ ପାହାଡରେ ବାଦଲ ଫାଟିବାରୁ ମୂଷଳଧାରା ବର୍ଷାରେ ଶାନ୍ତା ନଦୀରେ ଅଚାନକ ଜଳସ୍ତର ବୃଦ୍ଧି ପାଇଥିଲା। ପାଣି ପାଡି ଯିବାରୁ ଶାନ୍ତି ବଜାର ଧ୍ଵସ୍ତ  ହୋଇ ଯାଇଛି। ଏହା ପୂର୍ବରୁ ମେ ୩ରେ ଉତ୍ତରାଖଣ୍ଡର ଟିହରି, ଉତ୍ତରକାଶୀ ଓ ରୁଦ୍ରପ୍ରୟାଗ ଜିଲ୍ଲାରେ ବାଦଲ ଫଟା ବର୍ଷା ଖବର ସାମ୍ନାକୁ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.