ଜାରି ରହିଛି ଗ୍ରୀଷ୍ମ ଲହରୀ : ୯ ଟି ଜିଲ୍ଲା ପାଇଁ ହିଟ ଓ୍ବେଭ ଓ୍ବାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ

Published By : Prameya-News7 Bureau | May 27, 2019 IST

ତାତିରୁ ମିଳୁନି ନିସ୍ତାର । କ୍ରମାଗତ ଦୁଇ ସପ୍ତାହ ହେଲାଣି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଦିନରେ ତାତି,  ଝାଂଜି ପବନ ସାଙ୍ଗକୁ ରାତି ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ସେପଟେ ରାଜ୍ୟର ୯ ଟି  ଜିଲ୍ଲା ପାଇଁ ହିଟ ଓ୍ବେଭ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

ଟାଇଁ ଟାଇଁ ଖରା ସାଙ୍ଗକୁ ଝାଂଜି ପବନ।  ଅସମ୍ଭାଳ ଗ୍ରୀଷ୍ମ ଲହରୀ।  ସକାଳ ୯ ଟା​‌ ପ​‌ରେ ବାହାରକୁ ବାହରିବା  ମୁସ୍କିଲ  ହୋଇ ପଡୁଛି । ଉପକୁଳରୁ ଉପାନ୍ତ ସହ ଆଭ୍ୟନ୍ତରୀଣ ଓଡିଶା ଗ୍ରୀଷ୍ମପ୍ରବାହରେ କଲବଲ ଓ  ଛଟପଟ ହେଉଛି । ଆଭ୍ୟନ୍ତରୀଣ ଓଡିଶାରେ ଝାଂଜି ପବନ ସାଙ୍ଗକୁ ପାରଦ ଉପର ମୁହାଁ  ହୋଇଥିବାବେଳେ  ଉପକୁଳରେ  କିନ୍ତୁ  ଦାଉ  ସାଧୁଛି  ଗୁଳୁଗୁଳି। ସେପଟେ ରାଜ୍ୟରେ ଆହୁରି ୨୪ ଘଣ୍ଟା ଗ୍ରୀଷ୍ମ ଲହରୀ ଜାରି  ରହିବ ବୋଲି ସୂଚନା ଗେଇଛନ୍ତି ପାଣିପାଗ ବିଭାଗ ।  ପଶ୍ଚିମ ଓଡିଶାର ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ,  ଅନୁଗୋଳ, ବରଗଡ, ସୋନପୁର,  ବଲାଙ୍ଗୀର ଓ ନୁଆପଡା ଜିଲ୍ଲା ପାଇଁ ହିଟ ଓ୍ବେଭ ଓ୍ବାଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ  ସାରା ରାଜ୍ୟରେ ଜାରି ରହିବ  ଗ୍ରୀଷ୍ମ ପ୍ରବାହ।  ୨୯ ତାରିଖରେ  ଉତ୍ତର ଉପକୁଳ ଓଡିଶାରେ କାଳବୈଶାଖୀ ସାଙ୍ଗକୁ  ବର୍ଷା‌ ​ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାର ପ୍ରକୋପ ବହୁତ ଅଧିକ ରହୁଛି।  ରାତିରେ ସମୁଦ୍ର ଆଡୁ  ସ୍ଥଳ ଭାଗକୁ ପବନ ବୋହୁ ଥିବାରୁ ଜଳୀୟ ବାଷ୍ପ  ଆନ୍ଦ୍ରତା ବଢୁଛି। ଫଳରେ ଉପକୁଳ ଓଡିଶାରେ   ଗୁଳୁଗୁଳି ଅନୁଭୁତ  ହେଉଛି। ଏପରି ପରିସ୍ଥିତି ଆହୁରି  ଦୁଇ ଦିନ  ଲାଗି ରହିବ। ସେପଟେ ଫୋନି  ବାତ୍ୟା ପରେ ରାଜଧାନୀରୁ  ଛାଇ ଉଭାନ ହୋଇ ଯାଇଥିବା ​‌ବେଳେ ​‌ ସଂଧ୍ୟା ସମୟ​‌ରେ ଥଣ୍ଡା ପବନ ଅନୁଭୁତ ହେଉନାହିଁ।  ରାଜଧାନୀର ବିଭିନ୍ନସ୍ଥାନରେ  ଜଳ ଛତ୍ର ଗୁଡିକରେ  ଲୋକଙ୍କ ଭିଡ  ଲାଗୁଛି।

ଜୁନ   ଦ୍ବତୀୟ   ସପ୍ତାହ ଅାଡକୁ  ମୌସୁମି ଓଡିଶା  ଛୁଇଁବା   ସେପେଟ ମୈାସୁମୀ ନିକୋବର  ଆଇଲାଣ୍ଡର ହାଡବେ ଆଇଲାଣ୍ଡ ନିକଟରେ ରହିଛି।   ତେବେ କେବେ ମୈସୁମି ଓଡିଶା ଛୁଇଁବ ଓ ତାତିରୁ ତ୍ରାହି ମିଳିବ ତାକୁନେଇ ଅପେକ୍ଷା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.