Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଜଳୁଛି ସାରା ଓଡିଶା : ବୁଧବାର ଯାଏଁ ଭୀଷଣ ଗ୍ରୀଷ୍ମପ୍ରବାହ, ୧୮ରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ

16/04/2019 at 4:25 PM

ଭୁବନେଶ୍ବର ୧୬|୪: ଜଳୁଛି ସାରା ଓଡିଶା । ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛନ୍ତି ରାଜ୍ୟବାସୀ । ସବୁଠି ପାରଦ ଉପରମୁହାଁ । ବୁଧବାର ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ସରକାର । ଏପ୍ରିଲ୍‌ ୧୮ରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ପେଶାଲ ରିଲିଫ୍ କମିଶନର ।

ଆକାଶରୁ ବର୍ଷୁଛି ନିଆଁ । ସକାଳ ୧୦ରୁ ଆରମ୍ଭ ହୋଇଯାଉଛି ଝାଞ୍ଜି ପବନ । ଉପକୂଳରୁ ପଶ୍ଚିମ ସବୁଠି ଖରାତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ୍‌ ହୋଇପଡ଼ୁଛି । ମଙ୍ଗଳବାର ୪୦ଡିଗ୍ରୀ ଉପରେ ରହିଛି ୧୨ଟି ସହରର ତାପମାତ୍ରା । ତାଳଚେରରେ ସର୍ବାଧିକ ୪୩.୮, ଅନୁଗୋଳରେ ୪୩.୭, ଟିଟଲାଗଡରେ ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ରାଜ୍ୟର ୧୭ଟି ଜିଲ୍ଲାରେ ହାଲକା ବର୍ଷା କିମ୍ବା ଘଡଘଡି ସହ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିଭଳି ଅସହ୍ୟ ଖରାତାତିରେ ଅତିଷ୍ଠ ରାଜଧାନୀବାସୀ । ଭୁବନେଶ୍ବରରେ ୩୯.୬ ଡିଗ୍ରୀ ରହିଥିଲା ତାପମାତ୍ରା । ତଥାପି ଆକାଶରୁ ନିଆଁ ବର୍ଷା ହେବା ଭଳି ଲାଗୁଥିଲା ।  ସକାଳ ୮ରୁ ଗୁଳୁଗୁଳି ଆରମ୍ଭ ହୋଇଯାଇଥିବା ବେଳେ ୧୧ଟା ପରେ ଖାଁ ଖାଁ ହୋଇଯାଇଥିଲା ରାସ୍ତାଘାଟ । ଅସହ୍ୟ ଗରମରୁ ଆଶ୍ବସ୍ତି ପାଇଁ ପଇଡ଼, ଲସି, ଆଖୁ ରସ ଦୋକାନ ଆଗରେ ଜମିଥିଲା ଲୋକଙ୍କ ଭିଡ଼ ।  ସେପଟେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ​‌ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ୍‌ ୧୮ରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ।

ଭୀଷଣ ଖରା ଓ ଗୁଳୁଗୁଳି ଯୋଗୁଁ  ଅଂଶୁଘାତ ସମ୍ଭାବନା ଅଧିକ ରହିଛି । ତେଣୁ ଲୋକମାନେ କୌଣସି କାର୍ଯ୍ୟରେ ବାହାରକୁ ବାହାରିବା ପୂର୍ବରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।   

   Related Posts