Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟରେ ଅସହ୍ୟ ହେଲାଣି ତାତି, ୧୩ ତାରିଖ ଯାଏଁ ରାଜ୍ୟରେ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର ୧୨|୫: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ରାଜ୍ୟବାସୀ ହନ୍ତସନ୍ତ । ଟାଇଁ ଟାଇଁ ଖରା । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ସ୍ଥିତି ଅସମ୍ଭାଳ । ଉପକୂଳ ଓଡିଶାରେ ପ୍ରବଳ ଗୁଳୁଗୁଳି ହେଉଛି । ସକାଳୁ ସକାଳୁ ଘରୁ ବାହାରିବା ପୁରା ମୁସକିଲ୍ ହେଇପଡୁଛି । ସେପଟେ ପାରଦ ଆହୁରି ୨ରୁ ୫ଡିଗ୍ରୀ ବଢ଼ିବ ବୋଲି କହିଛି ପାଣିପାଗ ବିଭାଗ ।

ଗତକାଲି ରାଜ୍ୟର ୧୧ ସହରରେ ପାରଦ ୪୦ ଡିଗ୍ରୀ ଉପରେ ଥିବା ବେଳେ ଟିଟିଲାଗଡ, ସୋନପୁର ଓ ସମ୍ବଲପୁରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିଛି । ଆସନ୍ତା ୧୩ ତାରିଖ ଯାଏ ସାରା ରାଜ୍ୟରେ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦିନ ତମାମ ଲୋକେ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ।

80 Views

   ସମ୍ବନ୍ଧିତ ଖବର