ରାଜଧାନୀରେ ମୁଣ୍ଡଫଟା ଖରା, ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓଡିଶାରେ ୨୬ ଯାଏ କୁଆପଥର ବର୍ଷା ସମ୍ଭାବନା

Published By : Prameya-News7 Bureau | February 23, 2019 IST

ଭୁବନେଶ୍ବର୨୩|୨: ମୁଣ୍ଡ ଫଟା ଖରା । ପାରଦ ଉପର ମୁହାଁ ହୋଇ ଚାଲିଥିବା ବେଳେ ଡରଉଛି ଖରା । ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ବର । ଫେବୃଆରୀରୁ କଲବଲ କଲାଣି ଖରା । ଗ୍ରୀଷ୍ମ ସ୍ଥିତି କଣ ହେବ ସେଥିପାଇଁ ଲୋକେ ତାଟକା ।

{"id":87909}

ଫେବୃଆରୀରେ ମେ ମାସର ତାତି । ଡହ ଡହ ଖରା । ଆକାଶରୁ ବର୍ଷୁଛି ଅଗ୍ନି । ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ । ଜରୁରୀ କାମ ନଥିଲେ ଘରୁ ବାହାରିବାକୁ ପସନ୍ଦ କରୁନାହାନ୍ତି ଲୋକେ । ରାସ୍ତାଘାଟ ଶୂନଶାନ । କିଛିଟା ୪ ଚକିଆ ଯାନ ଯିବା ଆସିବା କରୁଥିବା ବେଳେ ହାତ ଗଣତି ମଟର ସାଇକେଲ ଗଡୁଛି । ପଥଚାରୀଙ୍କ ହାଲ୍ ବି ବେହାଲ । ଶୁକ୍ରବାର ଏମିତି  ଟାଇଁ ଟାଇଁ ଖରାରେ ହନ୍ତସନ୍ତ ହୋଇଥିଲେ ରାଜଧାନୀବାସୀ । ଭୁବନେଶ୍ବରେ ୩୯.୨ଡିଗ୍ରୀ ସେଲସିୟସ ସହ ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ଖାଲି ରାଜଧାନୀ ନୁହେଁ ମାଲକାନଗିରିରେ ମଧ୍ୟ ତାପମାତ୍ରା ୩୯ ଟପିଛି । ସେହିପରି ରାଜ୍ୟର ୧୩ ଟି ସହରରେ ପାରଦ ୩୫ ଡିଗ୍ରୀ ହେଲାଣି । ଗତକାଲି ପରି ଆଜି ବି ଖରାର ପ୍ରକୋପ ରହିଛି । ଆଜି ରାଜଧାନୀରେ ଦିନ ୧୦ ସୁଧା ତାପମାତ୍ରା ୩୫ ଡିଗ୍ରୀ ଥିବା ରେକର୍ଡ କରାଯାଇଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ବାୟୁର ବେଗ ଅତି କମ୍ ରହିବା ସହ ଅଧିକାଂଶ ସମୟରେ ସ୍ଥିର ରହୁଛି । ଯାହା ଫଳରେ ତାମପାତ୍ରା ବୃଦ୍ଧି ପାଉଛି ।

{"id":87910}

ପାରଦ ଉପର ମୁହାଁ ହୋଇ ଚାଲିଥିବା ବେଳେ ଡରଉଛି ଖରା । ହ୍ୟୁମିଡିଟି ଅଧିକା ରହୁଥିବାରୁ ଗରମ ମଧ୍ୟ ଅନୁଭୂତ ହେଉଛି । ଫଳରେ ସାଧାରଣ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି । ତେବେ କାଲିଠୁ ପାଣିପାଗ ସାମାନ୍ୟ ବଦଳିପାରେ । ପଶ୍ଚିମ, ଉତ୍ତର, କେନ୍ଦ୍ରିୟ ଓଡିଶାରେ ୨୬ ଯାଏ କୁଆପଥର ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ସତର୍କ ସୂଚନା ଜାରି କରିଛି । ଫେବ୍ରୁଆରୀ ମାସରେ  ଭୁବନେଶ୍ବରରେ ଏଭଳି ତାତି  ଗତ ୩ବର୍ଷ ମଧ୍ୟରେ ପ୍ରଥମ ବୋଲି  କୁହାଯାଉଛି । ତେବେ ବର୍ଷା ପରେ ଯାଇ, ତାତି କମିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.