ଉତ୍ତପ୍ତ ପିଣ୍ଡ ପାଲଟିଛି ଉତ୍ତର ଓ ପୂର୍ବ ଭାରତ : ଆହୁରି ୩ ଦିନ ଜାରି ରହିବ ହିଟୱେଭ୍

Published By : Prameya-News7 Bureau | June 12, 2019 IST

ନୂଆଦିଲ୍ଲୀ ୧୨/୬: ଅସହ୍ୟ ତାତିରେ ସିଝୁଛି ସାରା ଦେଶ । ଉତ୍ତର ଭାରତ ଉତ୍ତପ୍ତ ପିଣ୍ଡରେ ପରିଣତ ହୋଇଛି । ଆମ ରାଜ୍ୟରେ ବି ସ୍ଥିତି ବେହାଲ । ପାଣିପାଗ ବିଭାଗ କହୁଛି, ଆହୁରି ୩ ଦିନ ଜାରି ରହିବ ହିଟୱେଭ୍ । ସେପଟେ, ମୌସୁମୀର ମନ୍ଥର ଗତିକୁ ନେଇ ଚିନ୍ତାରେ ଚାଷୀ କୂଳ ।

{"id":122439,"width":594,"height":294}

ପଶ୍ଚିମରେ ବାୟୁ ବାତ୍ୟାର ତାଣ୍ଡବ । ଆଉ ଏପଟେ ଉତ୍ତପ୍ତ ପିଣ୍ଡ ପାଲଟିଛି ଉତ୍ତର ଓ ପୂର୍ବ ଭାରତ ।  ଓଡ଼ିଶାରୁ ରାଜସ୍ଥାନ, ଦିଲ୍ଲୀରୁ ୟୁପି । ତାତିରେ ଛଟପଟ ହେଉଛି ସାରା ଦେଶ । ରାଜସ୍ଥାନରେ ପାରା ୫୦ ଟପିଲାଣି । ଅଂଶୁଘାତ ମୃତ୍ୟୁ ସଂଖ୍ୟା ବଢୁଛି । ଝାଞ୍ଜି ମାଡ଼ରେ କେରଳ ଏକ୍ସପ୍ରେସର ୪ ଯାତ୍ରୀ ଝାନ୍ସି ନିକଟରେ ପ୍ରାଣ ହରାଇବାର ଖବର ସାରା ଦେଶକୁ ଚିନ୍ତିତ କରିଛି । ସେପଟେ ଓଡ଼ିଶାରେ ବି ସ୍ଥିତି ଅସମ୍ଭାଳ । ପଶ୍ଚିମ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ତତଲା ତାୱାରେ ସିଝିବା ଭଳି ଲାଗୁଛି । ଟିଟିଲାଗଡ଼, ତାଳଚେର, ଅନୁଗୁଳ, ବଲାଙ୍ଗିର, ସୁନ୍ଦରଗଡ଼, ଭବାନୀପାଟଣା, ମାଲକାନଗିରି,  କେନ୍ଦୁଝର, କଟକ ଓ ଚାନ୍ଦବାଲିରେ ପାରଦ ଲଗାତାର ୪୦ ଉପରେ ରହୁଛି । ଏହା ସହ ଅସହ୍ୟ ଗୁଳଗୁଳି ବେହାଲ କରୁଛି । ଦିନ ୯ଟାରୁ ଅପରାହ୍ନ ୫ଟା ଯାଏଁ ଘରୁ ବାହାରିବା ମୁସ୍କିଲ । ପାଣିପାଗ ବିଭାଗର ଆକଳନ କହୁଛି, ଆହୁରି ୩ ଦିନ ସାରା ରାଜ୍ୟରେ ଜାରି ରହିବ ହିଟୱେଭ୍ । ଉତ୍ତର, ଉତ୍ତର-ପଶ୍ଚିମ ଦିଗରୁ ବହୁଥିବା ଝାଞ୍ଜି ପବନ ଯୋଗୁଁ ଅଧିକ ଗରମ ଅନୁଭୂତ ହେବ ।

{"id":122440,"width":594,"height":326}

ଗ୍ରୀଷ୍ମ ଯନ୍ତ୍ରଣା ସାଙ୍ଗକୁ ମୌସୁମୀର ଲୁଚକାଳି ସ୍ଥିତିକୁ ଅଧିକ ସଂଗୀନ କରୁଛି । ମୌସୁମୀ କେବେ ଓଡ଼ିଶା ଛୁଇଁବ ତାହାର ସଠିକ୍ ଆକଳନ ଖୋଦ୍ ପାଣିପାଗ ବିଭାଗ ବି କରିପାରୁ ନାହିଁ । ଏବେ କେରଳରେ ଥିବା ମୌସୁମୀ ବାୟୁ ଆଗକୁ ଗତି କରିବାକୁ ଅନୁକୂଳ ସ୍ଥିତି ସୃଷ୍ଟି ହେଉନି ।  ପଶ୍ଚିମରେ ଥିବା ବାତ୍ୟା ବାୟୁ ବି ମୌସୁମୀର ଗତିରେ ବାଧା ତିଆରି କରୁଛି । ତେଣେ ବର୍ଷା ଅଭାବରୁ ଚାଷୀ କୂଳ ହତାଶ । ଅକ୍ଷୟ ତୃତୀୟାରୁ ଅକ୍ଷି ମୁଠି ଅନୁକୂଳ ପରେ ବିଲକୁ ପାଣି ଦରକାର । ହେଲେ ମେଘର ଦେଖା ଦର୍ଶନ ନାହିଁ । ତେବେ ଯାହା ଆଶା କରାଯାଉଛି, ରଜ ପରେ ପରେ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବ ।

{"id":122441,"width":594,"height":317}

ଜୁନ୍ ୧୭ରୁ ସରୁଛି ଖରା ଛୁଟି । ସେତବେଳକୁ ଯଦି ତାତି ଏମିତି ଜାରି ରହିଥିବା, ତେବେ ଛାତ୍ରଛାତ୍ରୀ ସ୍କୁଲ ଯିବା କଷ୍ଟକର ହୋଇ ପଡ଼ିବ । ତେଣୁ ଛୁଟି ଅବଧି ବଢାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା କରିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.