ଡହ ଡହ ଖରାରେ ଜଳୁଛି ସାରା ରାଜ୍ୟ ; ଆହୁରି ୫ଦିନ ଗ୍ରୀଷ୍ମ ପ୍ରବାହ ଜାରି
18/06/2018 at 6:44 AM

ଡହ ଡହ ଖରାରେ ଜଳୁଛି ସାରା ରାଜ୍ୟ | ଉପକୂଳରୁ ପଶ୍ଚିମ ଓଡିଶା ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି | ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ | ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଏପରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର କହିଛି | ଆଜି ମଧ୍ୟ ୮ ଟି ଜିଲ୍ଲା ପାଇଁ ହିଟ ୱେଭ ଜାରି କରାଯାଇଛି | ରବିବାର ରାଜ୍ୟର ୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା | ଭୁବନେଶ୍ୱରରେ ସର୍ବାଧିକ ୪୨.୩ ଡିଗ୍ରୀ ରେକର୍ଡ କରାଯାଇଛି |
Related Posts
ଫିଲପାଇନସ୍ରେ ଭୀଷଣ ଭୂ-କମ୍ପ, ରିକ୍ଟର ସ୍କେଲର ତୀବ୍ରତା ୭.୦
21 January 2021