କରୋନା ବିରୋଧୀ ଲଡେଇରେ ସାମିଲ ହେଲେ ଏହି ମହିଳା କ୍ରିକେଟର, କହିଲେ…
30/03/2020 at 11:44 AM

ଲଣ୍ଡନ, ୩୦|୦୩: ଇଂଲଣ୍ଡ ମହିଳା ଦଳର ଅଧିନାୟକ ହିଦର୍ ନାଇଟ୍ କରୋନା ଭାଇରସ ଲଢେଇରେ ସାମିଲ ହୋଇଛନ୍ତି । ସେ ସ୍ୱେଚ୍ଛାସେବୀ ଭାବେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବାରେ ସାମିଲ ହୋଇଯାଇଛନ୍ତି । ସେ ଏବେ ଔଷଧକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସାହାଯ୍ୟ କରୁଛନ୍ତି । ଏହା ସହ ଏହି ମହାମାରୀ ବିଷୟରେ ସେ ଇଂଲଣ୍ଡବାସୀଙ୍କୁ ସଚେତନ ମଧ୍ୟ କରୁଛନ୍ତି ।
ନାଇଟ୍ ନିଜ ଆର୍ଟିକିଲରେ ଲେଖିଛନ୍ତି ଯେ, ସ୍ୱେଚ୍ଛାସେବୀ ଭାବେ ସେ ଏନଏଚଏସରେ ସାମିଲ ହୋଇଛନ୍ତି । କାରଣ ଏବେ ସେ ଫ୍ରି ଅଛନ୍ତି । ଯଥାସମ୍ଭବ ସେ ପ୍ରଭାବିତଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ତାଙ୍କ ଭାଇ ଓ ଭାଇଙ୍କ ବନ୍ଧୁମାନେ ଡାକ୍ତର ଭାବେ ସେବା କରୁଛନ୍ତି । ତାଙ୍କର କିଛି ସାଙ୍ଗ ମଧ୍ୟ ଏନଏଚଏସରେ କାମ କରୁଛନ୍ତି । ସେମାନେ କେତେ ପରିଶ୍ରମ କରୁଛନ୍ତି ତାହା ସେ ବୁଝନ୍ତି । ଏହା କାହା ପାଇଁ ମଧ୍ୟ କଟିନ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ୧୭ ହଜାରରୁ ଅଧିକ ବ୍ୟକ୍ତି ସ୍ୱେଚ୍ଛାସେବୀ ଭାବେ ଏନଏଚଏସରେ ସାମିଲ ହୋଇଛନ୍ତି ।