Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଆହୁରି ୨ ଦିନ ଜଳିବ ପଶ୍ଚିମ ଓଡିଶା : ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ

20/05/2019 at 8:33 AM

ଭୁବନେଶ୍ୱର ୨୦/୫ : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆହୁରି ୩ ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ଖରାର ପ୍ରକୋପ ବଢିବ । ସୋନପୁର, ବଲାଙ୍ଗିର, ଝାରସୁଗୁଡା, ନୂଆପଡା, ବଲାଙ୍ଗୀର, ବୌଦ୍ଧ ଆଦି ଅଞ୍ଚଳରେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଟିଟଲାଗଡ ଗଡ ପାଲଟିଛି ତତଲାଗଡ । ଏଠାରେ ଲଗାତାର ୪୫ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ଭୁବନେଶ୍ଵର ଓ କଟକର ତାପମାତ୍ରା ୪୦ ଟପିଛି । ସାରା ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି ।

ପଶ୍ଚିମ ଦିଗରୁ ପବନ ବହୁ ଥିବାରୁ ଅଧିକା ଗରମ ଅନୁଭୂତ ହେଉଛି । ଆସନ୍ତା ୫ ଦିନ ଯାଏଁ ଉତ୍ତର ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ  କାଳବୈଶାଖୀଜନିତ ବର୍ଷା ସମ୍ଭାବନା ମଧ୍ୟ ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ମାଲକାନଗିରି , କନ୍ଧମାଳ ଆଦି ଜିଲ୍ଲାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ । ଆସନ୍ତା ୨୩ ଓ ୨୪ ତାରିଖରେ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । …  

   Related Posts