ତାତିରୁ ମିଳିବନି ଆଶ୍ବସ୍ତି ; ୭ ଜିଲ୍ଲା ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ, ୭୨ ଘଣ୍ଟା ଭିତରେ ଆଣ୍ଡାମାନ ଛୁଇଁବ ମୌସୁମୀ
29/05/2019 at 8:11 AM

ଭୁବନେଶ୍ବର ୨୯|୫: ଗତ ଦୁଇ ସପ୍ତାହ ହେଲା ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଆହୁରି ୨୪ ଘଣ୍ଟା ତାତିବ ଆଭ୍ୟନ୍ତରୀଣ ଓଡିଶା । ପଶ୍ଚିମ ଓଡ଼ିଶା ବି ଜଳୁଛି । ପଶ୍ଚିମ ଓଡ଼ିଶାର ୭ ଜିଲ୍ଲା ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେଗୁଡିକ ହେଲା ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ବରଗଡ, ନୂଆପଡା, ବଲାଙ୍ଗିର, ଅନୁଗୋଳ ଜିଲ୍ଲା ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡିଶାରେ କାଳବୈଶାଖୀ ବର୍ଷା ହୋଇପାରେ । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କନ୍ଧମାଳରେ ପବନ ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ୭୨ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି।