ଆକାଶରୁ ଖସୁଛି ନିଆଁ ଝୁଲ : ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି, ଦିନ ୧୦ଟାରୁ ଅଘୋଷିତ କର୍ଫ୍ୟୁ ଜାରି କରୁଛନ୍ତି ସୂର୍ଯ୍ୟ ଦେବତା

Published By : Prameya-News7 Bureau | May 11, 2019 IST

ଭୁବନେଶ୍ବର୧୧|୫: ଆକାଶରୁ ଖସୁଛି ନିଆଁ ଝୁଲ । ତ୍ରାହି ତ୍ରାହି ଡାକୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସେପଟେ ପାରଦ ଆହୁରି ୨ରୁ ୫ଡିଗ୍ରୀ ବଢ଼ିବ ବୋଲି କହିଲାଣି ପାଣିପାଗ ବିଭାଗ ।ଦିନ ୧୦ଟାରୁ ଅଘୋଷିତ କର୍ଫ୍ୟୁ ଜାରି କରୁଛନ୍ତି ସୂର୍ଯ୍ୟ ଦେବତା ।  ସ୍ଥିତି ଦେଖି ୧୧ ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

{"id":110848}

ମୁଣ୍ଡ ଫଟା ଖରା । ଝାଞ୍ଜି ପବନ ଦେହରେ ଆସି ବାଜିଲା ବେଳକୁ ଚାଇଁ ଚାଇଁ ଲାଗୁଛି । ଗରମ, ଗୁଳୁଗୁଳିରେ ଆଉଟୁ ପାଉଟୁ ଷ୍ଟିଲ ସିଟିବାସୀ  । ଉପର ମୁହାଁ ପାରଦ ୪୦ ତଳକୁ ଖସିବାର ନାଁ ନେଉନି । ଘରୁ ବାହାରକୁ ବାହାରିବା ମୁସ୍କିଲ । ଦେଖୁନାହାଁନ୍ତି ଦିନ ୧୦ଟା ବେଳକୁ ରାସ୍ତା ଘାଟ କେମିତି ଖାଁ ଖାଁ । ନିହାତି ଦରକାର ଥିଲେ ମୁହଁରେ କପଡ଼ା ବାନ୍ଧି ଯିବା ଆସିବା କରୁଛନ୍ତି ଲୋକେ । ହେଲେ ପ୍ରଶାସନ ଜଳଛତ୍ର ଖୋଲିବାର ନାଁ ଧରିଲାନି ଏଯାଏଁ । ସାମାଜିକ ଅନୁଷ୍ଠାନ ଜଳ ଛତ୍ର ଖୋଲି ଶୋଷ ମେଣ୍ଟାଉଛନ୍ତି ଯାହା ।

{"id":110850}

କଳାହାଣ୍ଡିରେ ୩ ଦିନ ହେଲା ପାରଦ ୪୨ ଡିଗ୍ରୀ ରହୁଛି । ଦିନେ ଦୁଇ ଦିନ ଭିତରେ ପାରଦ ୨ରୁ ୫ ଡିଗ୍ରୀ ବଢ଼ିବ ବୋଲି  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସ୍ଥିତି ଦେଖି ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସୋନପୁର, ବୌଦ୍ଦ, ନୂଆପଡ଼ା, ସୋନପୁର ଆଦି ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୟସ୍କ, ଶିଶୁ, ରୋଗୀଙ୍କୁ ଖରାରେ ନବାହାରିବାକୁ ପରାମର୍ଶ ଦିଆଯାଇଛି । ନିହାତି ଦରକାର ବେଳେ ବାହାରକୁ ବାହାରିଲେ ପାଣି ବୋଚଲ, ଓଦା ଗାମୁଛା, ଛତା ନେଇ ଯିବା ପାଇଁ ସତର୍କତା ଜାରି କରାଯାଇଛି ...

{"id":110852}

ପଶ୍ଚିମ ଓଡ଼ିଶାବାସୀ ତତଲା କଡ଼େଇରେ ଭାଜି ହେଉଛନ୍ତି । ଦେଖାଯାଉ ସୂର୍ଯ୍ୟଙ୍କ କୋପ ଆଉ କେତେ ଦିନ ଲାଗିରହୁଛି ।

{"id":110853}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.