Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟରେ ଆହୁରି ୫ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୨୪ ଘଣ୍ଟାରେ ନେବ ବାତ୍ୟାର ରୂପ

26/04/2019 at 6:59 PM

ଭୁବନେଶ୍ବର୨୬|୪: ରାଜ୍ୟ​‌ରେ ଆହୁରି   ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ଗ୍ରୀଷ୍ମ ପ୍ରବାହ।  ରାଜ୍ୟର ପଶ୍ଚିମ ଓଡିଶା ସହ ଆଭ୍ୟନ୍ତରୀଣ  ଓଡିଶାରେ  ପାରଦ ଉପର ମୁହା ହେଉଛି। ରାଜ୍ୟର  ବଲାଙ୍ଗୀର , ସୋନପୁର, ବଉଦ, ନୂଆପଡା, କଳାହାଣ୍ଡିରେ  ସ୍ବାଭିବକଠାରୁ  ୪ରୁ ୫ ଡିଗ୍ରି ତାପମାତ୍ର  ବଢିବ  ​‌​‌ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଏହା ସହ ଭାରତ ମହାସାଗର ଓ  ଦକ୍ଷିଣ ବଙ୍ଗୋପ  ସାଗର କେନ୍ଦ୍ର ସ୍ଥଳରେ  ଲଘୁଚାପ ସୃଷ୍ଟି ହୋଇଛି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ଘନୀଭୁତ ହୋଇ  ସାମୁଦ୍ରିକ ଝଡ ରୂପ ନେଇ ପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।ଏହା ଉତ୍ତର ତାମିଲନାଡୁ  ଦକ୍ଷିଣ ଆନ୍ଧ୍ରପ୍ରଦେଶ ମଧ୍ୟରେ ହିଟ କରିବ ବୋଲି ଅନୁମାନ କରାଯାଉଛି। 

ଓଡିଶାରେ ଏହାର ପ୍ରଭାବ ପଡିବନି ବୋଲି ପାଣିପାଗ ଅନୁମାନ  ଲଗାଇଛି। ଦକ୍ଷିଣ ଶ୍ରୀଲଙ୍କାରେ ଓ୍ବେଲମାର୍କ ସ୍ଥିତିରେ ଥିବା ବେଳେ  ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଆସନ୍ତା ୨୯ରୁ   ତାମିଲନାଡୁ ଉପ କୁଳରେ ବର୍ଷା ହେବ।

   Related Posts