ଆହୁରି ୨ ଦିନ ପର୍ଯ୍ୟନ୍ତ ଅସହ୍ୟ ତାତି : ୪୮ଘଣ୍ଟା ହିଟ୍ ଓ୍ବେବ୍ ଜାରି ରହିବ, କିଛି ଅଂଚଳରେ ତାପମାତ୍ରା ୪୫ରୁ ୪୭ ଡିଗ୍ରୀ ମଧ୍ୟ ହୋଇପାରେ

Published By : Prameya-News7 Bureau | May 20, 2019 IST

ଭୁବନେଶ୍ବର ୨୦|୫: ଜଳୁଛି ସାରା ଓଡ଼ିଶା । ଏଥିରୁ ବାଦ୍‌ ପଡ଼ିନି ରାଜଧାନୀ ଭୁବନେଶ୍ବର । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ସମସ୍ତେ । ଆହୁରି ୪୮ଘଣ୍ଟା ହିଟ୍‌ ଓ୍ବେବ୍‌ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

{"id":114012}

ଆହୁରି ୨ ଦିନ ପର୍ଯ୍ୟନ୍ତ ଅସହ୍ୟ ତାତିରୁ ମିଳିବନି ନିସ୍ତାର । ଆଗାମୀ ୪୮ଘଣ୍ଟା ଯାଏଁ ଜାରି ରହିବ ହିଟ୍‌ ଓ୍ବେବ୍‌ । ଦୁଇଦିନ ପରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାତି ସମାନ୍ୟ କମିପାରେ । ରାୟଗଡା,କୋରାପୁଟ, ଗଜପତି ,ଗଂଜାମ, ମାଲକାନାଗିରି,ରାୟଗଡା,କୋରାପୁଟ,ଅନୁଗୋଳ,ଢେଙ୍କାନାଳ, ଭଦ୍ରକ ,ବାଲେଶ୍ବର, କେନ୍ଦ୍ରାପଡା,ଓ ଯାଜପୁର ଆଦି ଜିଲ୍ଲାରେ କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ତେବେ ଆଗାମୀ ଦୁଇଦିନରେ ରାଜ୍ୟର କିଛି ଅଂଚଳରେ ତାପମାତ୍ରା ୪୫ରୁ ୪୭ ଡିଗ୍ରୀ ମଧ୍ୟ ହୋଇାପାରେ । ସେହିଭଳି ରାଜଧାନୀରେ ମଧ୍ୟ ତାପମାତ୍ରା ୪୧ କ୍ରସ୍‌ କରିବା ସମ୍ଭାବନା ରହିଛି ।

{"id":114013,"width":585,"height":328}

ଗୋଟେ ପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ଅନ୍ୟପଟେ କୋଉଠି ବିଦ୍ୟୁତ୍‌ କାଟ୍‌ ତ ଆଉ କୋଉଠି ବିଜୁଳି ସଂଯୋଗ ହୋଇନଥିବାରୁ ଅସହ୍ୟ ଗରମ ଗୁଳୁଗୁଳିରେ  ଛଟପଟ ହେଉଛନ୍ତି ଲୋକେ । ପ୍ରବଳ ଖରା ଯୋଗୁଁ ମଜୁରୀ ଲାଗି ପେଟ ପୋଷୁଥିବା ଶ୍ରମିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, ଓଃ କି ଖରା, ଗରମ ।

{"id":114014}

ଅସହ୍ୟ ଖରା ଗରମରେ ତ୍ରାହି ତ୍ରାହି ଡାକିଲେଣି ଲୋକେ । ଚାତକ ଭଳି ବର୍ଷାକୁ ଅନାଇ ବସିଛନ୍ତି । ତେବେ କାଳବୈଶାଖୀ ବର୍ଷା ସାମୟିକ ଆଶ୍ବସ୍ତି ଦେଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.