Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଆହୁରି ୭୨ ଘଣ୍ଟା ହିଟ୍ ଓ୍ବେଭ : ଟିଟିଲାଗଡ଼ରେ ତାପମାତ୍ରା ୪୬.୫ ଡିଗ୍ରୀ

26/05/2019 at 6:18 PM

ଆକାଶରୁ ବର୍ଷୁଛି ନିଆଁ । ଟିଟିଲାଗଡ଼ରେ ପାରଦ ୪୬ ଟପିଛି । ପଶ୍ଚିମ ଓଡ଼ିଶାରେ ୭୨ ଘଣ୍ଟା ହିଟ୍ ଓ୍ବେଭ ନେଇ ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ । ୯ ଜିଲ୍ଲା ପାଇଁ ବିଶେ​‌ଷ ସତର୍କ ସୂଚନା ଜାରି କରାଯାଇଛି । ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା, କନ୍ଧମାଳ ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା ରହିଛି । ସେପଟେ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ଆସିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।…

ତାତିରୁ ତ୍ରାହି ନାହିଁ । ଛଟପଟ ହେଉଛନ୍ତି ଲୋକେ । ଟିଟିଲାଗଡ଼, ସୋନପୁର, ସମ୍ବଲପୁର, ବରଗଡ଼ ସବୁଠି ଆକାଶରୁ ବର୍ଷୁଛି ନିଆଁ । ସକାଳ ୮ଟାରୁ ପ୍ରଖର ହେଉଛି ସୂର୍ଯ୍ୟଙ୍କ ପ୍ରକୋପ । ଦିନ ୧୦ଟା ବେଳକୁ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି । ଟିଟିଲାଗଡ଼ରେ ତାପମାତ୍ରା ୪୬.୫ ଡିଗ୍ରୀ ସେଲସିଅସ ଟପିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହୁଛି ।

ସେହିପରି ସମ୍ବଲପୁର ଜିଲ୍ଲାରେ ପାରଦ ୪୫ଡିଗ୍ରୀ ଉପରେ ରହୁଥିବା ବେଳେ ବରଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାରେ ହିଟ୍ ୱେଭ୍ ଆହୁରି ୭୨ ଘଣ୍ଟା ଜାରି ରହିବ । ବିଶେଷ କରି ୯ଟି ଜିଲ୍ଳା ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୋନପୁର ବଲାଙ୍ଗିର, ଅନୁଗୋଳ ପାଇଁ ବିଶେଷ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।…

ଗୋଟିଏ ପଟେ ଅସହ୍ୟ ଗରମରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହେଉଥିବାବେଳେ, କାଳବୈଶାଖୀ ସମାନ୍ୟ ଆସ୍ବସ୍ତି  ଆଣିଛି।ପାଖାପାଖି ୪ରୁ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।

ବିଶେ​‌ଷ କରି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ଭଦ୍ରକ , କଟକ , ଖୋର୍ଦ୍ଧା, କନ୍ଧମାଳ ଆଦି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ । ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ଥିବାବେଳେ, କିଛି ସମୟ ପାଇଁ ପବନର ଗତି ୩୦ରୁ ୪୦କିମି ରହିବ ।

ଜୁନ ଦ୍ବିତୀୟ ସପ୍ତାହ ବେଳକୁ ରାଜ୍ୟରେ ମୌସୁମୀ ପହଞ୍ଚିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।…

   Related Posts