ରାଜ୍ୟରେ ଅସହ୍ୟ ତାତି ଜାରି : ତାପମାତ୍ରା ୪୭ ଡିଗ୍ରୀ ଟପିବା ଆଶଙ୍କା, ଟିଟିଲାଗଡ ଓ ତାଳଚେରରେ ଭାଙ୍ଗିବ ରେକର୍ଡ

Published By : Prameya-News7 Bureau | May 16, 2019 IST

ଭୁବନେଶ୍ବର ୧୬|୫: ଖରାରେ ସିଝିବ ସାରା ଓଡ଼ିଶା । ଦୀର୍ଘ ଏକ ସପ୍ତାହ ଧରି ରାଜ୍ୟରେ ଲାଗି ରହିବ ଅସହ୍ୟ ତାତି । ଉପକୂଳରୁ ପଶ୍ଚିମ ଓଡ଼ିଶା ସବୁଠି ଖରାର ପ୍ରକୋପ ରହିବ । ୧୮ ବେଳକୁ ସ୍ଥିତି ସାଂଘାତିକ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ପର୍ଯ୍ୟନ୍ତ ପହଁଞ୍ଚିଯିବ ବୋଲି ଆଶଙ୍କା କରାଯାଉଛି । ଟିଟିଲାଗଡ଼ ଓ ତାଳଚେର ସମସ୍ତ ରେକର୍ଡ ଭାଙ୍ଗିପାରେ । ସେହିପରି ଭୁବନେଶ୍ବର କଟକର ତାପମାତ୍ରା ୪୨ ଟପିଯିବ । ସ୍ଥିତିକୁ ନଜରରେ ରଖି ହିଟୱେଭ୍  ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ମୌସୁମି ଆସିବାରେ ମଧ୍ୟ ବିଳମ୍ବ ହେବ । କେରଳକୁ ଜୁନ ୧ତାରିଖ ବଦଳରେ ୬ତାରିଖରେ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ଜୁନ ୧୫ତାରିଖ ପରେ ମୌସୁମୀ ଓଡିଶା ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ତେଣୁ ସପ୍ତାହ ଧରି ତାପମାତ୍ରାରେ ବୃଦ୍ଧି ହେବା ପରେ ୨୩ ତାରିଖରୁ ପାଗରେ କିଛି ପରିବର୍ତ୍ତନ ହେବ ବୋଲି ଆଶା ରଖିଛନ୍ତି ପାଣିପାଗ ବିଶେଷଜ୍ଞ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.