ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର

Published By : Prameya-News7 Bureau | April 27, 2019 IST

ଭୁବନେଶ୍ବର ୨୭|୪: ରାଜ୍ୟରେ ଏବେ ପାରଦ ଉପରମୁହାଁ । ଅସ୍ତବ୍ୟସ୍ତ କଲାଣି ତାତି । ପଶ୍ଚିମ ଓଡିଶାର ୭ ଜିଲ୍ଲା ଜଳୁଛି । ସୁନ୍ଦରଗଡ, ଝାରସୁଗୁଡା, ବୌଦ୍ଧ, ବରଗଡ଼, ସୋନପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ଲହରି ଜାରି ରହିଛି ।

କାଲି ୬ଟି ଜିଲ୍ଲା ପାଇଁ ହିଟ୍ ୱେଭ୍ ସତର୍କତା ଜାରି କରିଥିଲା ପାଣିପାଗ ବିଭାଗ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କରେ ପରିଣତ ହେବା ପରେ ବାତ୍ୟାର ରୂପ ନେଇପାରେ । ଏହାର ପ୍ରଭାବ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପଡିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.