Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତାତି କଲାଣି ଅସ୍ତବ୍ୟସ୍ତ : ଦିନ ଗୋଟାଏ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ର ୩୮ ଥିବାବେଳେ ୪୦ ଉପରେ ରହିଛି ପଶ୍ଚିମ ଓଡିଶାର ଅଧିକାଂଶ ସହର

27/04/2019 at 2:23 PM

ଭୁବନେଶ୍ବର ୨୭|୪: ଦିନ ସାଢେ ଗୋଟାଏ ବେଳେ ଭୁବନେଶ୍ବର ତାପମାତ୍ରା ୩୮ଡିଗ୍ରୀ, ତେବେ ତାତି ୫୩ଡିଗ୍ରୀ ଭଳି । ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍ ଅନୁଯାୟୀ ରାଜଧାନୀର ସର୍ବାଧିକ ତାପମାତ୍ରା ଆଜି ୩୯ଡିଗ୍ରୀ ଛୁଇଁବ । ଭୁବନେଶ୍ବର ପବନରେ ଆର୍ଦ୍ରତା ୫୪ପ୍ରତିଶତ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭବ ହେଉଛି । ରାତିର ତାପମାତ୍ରା ମଧ୍ୟ ବେଶ ଉଷୁମ ରହିବ । ପାରଦ ସର୍ବନିମ୍ନ  ୨୮ଡିଗ୍ରୀ ଖସିବ ।

ସେପଟେ ପଶ୍ଚିମଓଡିଶାରେ ଖରାର ପ୍ରକୋପ ଅନୁଭବ ହେଉଛି । ପଶ୍ଚିମଓଡିଶା ଅନେକ ସ୍ଥାନରେ ଦିନ ଗୋଟାଏ ସୁଦ୍ଧା ପାରଦ ୪୦ଡିଗ୍ରୀ ଛୁଇଁଛି ୪୦ଡିଗ୍ରୀ ଟପିଛି  । ଏହା ଆହୁରି ବଢିବ । ବଲାଙ୍ଗିର, ସୋନପୁର ଏବଂ ଟିଟିଲାଗଡରେ ଦିନ ଗୋଟାଏ ସୁଦ୍ଧା ୪୩ଡିଗ୍ରୀ ପହଞ୍ଚିଥିବା ବେଳେ ତାତି ୪୪ଡିଗ୍ରୀ ଭଳି ଅନୁଭବ ହେଉଛି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍ ଅନୁଯାୟୀ ଆଜି ବଲାଙ୍ଗିରର ସର୍ବାଧିକ ତାପମାତ୍ରା ୪୫ଡିଗ୍ରୀ ଛୁଇଁପାରେ । ସୋନପୁର ଏବଂ ହୀରାକୁଦରେ ପାରଦ ୪୧ଡିଗ୍ରୀ ଥିବା ବେଳେ ଏହା ସର୍ବାଧିକ ୪୩ଡିଗ୍ରୀ ଛୁଇଁପାରେ । ତେବେ ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ତାତି ବଢି ଚାଲିଛି । ଏଭଳି ସ୍ଥିତି ଆସନ୍ତା ୩ ଦିନ ଯାଏଁ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

   Related Posts