ତତଲା ତାୱାରେ ଭାଜି ହେଉଛନ୍ତି ପଶ୍ଚିମ ଓଡିଶାବାସୀ, ସେପଟେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା

Published By : Prameya-News7 Bureau | April 28, 2019 IST

ଭୁବନେଶ୍ବର ୨୮|୪: ତତଲା ତାୱାରେ ଭାଜି ହେଉଛନ୍ତି ପଶ୍ଚିମ ଓଡିଶାବାସୀ । ବଲାଙ୍ଗିରରେ ପାରଦ ୪୩-୪୪ ଡିଗ୍ରୀ ତଳକୁ ଖସିବାର ନାଁ ନେଉନି । ବାହାରକୁ ବାହାରିଲେ ଦେହ ଜଳିଗଲା ଭଳି ଲାଗୁଛି । ବିଭିନ୍ନ କାମରେ ବାହାରକୁ ବାହାରୁଥିବା ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ପିଇବା ପାଣି ମୁନ୍ଦେ ନାହିଁ କି ଆଶ୍ରୟ ସ୍ଥଳୀଟିଏ ନାହିଁ । ସେପଟେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି ।

{"id":108222}

କୋପ କରିଛନ୍ତି ସୂର୍ଯ୍ୟ ଦେବତା । ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ବଲାଙ୍ଗିରରେ ଉପରମୁହାଁ ପାରଦ ୪୩-୪୪ ଡିଗ୍ରୀରୁ ତଳକୁ ଖସୁନି । ଘରୁ ବାହାରକୁ ବାହାରିଲେ ମୁହଁ ହାତ ପୋଡିଗଲା ଭଳି ଲାଗୁଛି । ହେଲେ ଗୁରୁତ୍ବପୂର୍ଣ୍ଣରେ କାମରେ ବାହାରକୁ ଆସୁଥିବା ଲୋକଙ୍କ ଅବସ୍ଥା କହିଲେ ନସରେ ।  ବସ୍‌ଷ୍ଟାଣ୍ଡ, କଚେରୀ ଛକ, ପୋଷ୍ଟ ଅଫିସ୍ ଛକ, ପାଟଣା ଛକରେ ନାହିଁ ନଥିବା ଭିଡ ।

{"id":108396}

ପ୍ରବଳ ଖରାରେ  କାମରେ ଆସିଛନ୍ତି ଏମାନେ । ହେଲେ ଆଉଟୁପାଉଟୁ ହେଇଯାଉଛନ୍ତି । ଜଳଛତ୍ରର ବ୍ୟବସ୍ଥା ନାହିଁ କି  ମୁଣ୍ଡ ଉପରକୁ ଛାଇର ସୁବିଧା ବି ନାହିଁ । ଖାଲି ବଲାଙ୍ଗିର ନୁହେଁ, ସାରା ପଶ୍ଚିମ ଓଡିଶା ଜଳୁଛି । ବଲାଙ୍ଗିର, ଟିଟିଲାଗଡ, ସୋନପୁର, ସମ୍ବଲପୁର, ବୌଦ୍ଧ ଜିଲ୍ଲା ପାଇଁ ହିଟ୍ ୱେଭ୍ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

{"id":108395}

ସେପଟେ ବାତ୍ୟା ‘ଫାନି’ ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ଏହା ଆନ୍ଧ୍ର ମଛଲିପଟନମ୍‌ରୁ ୧୨୩୦ କିମି ଦୂରରେ ରହିଛି । ଓଡିଶାରୁ ପ୍ରାୟ ୧୫୦୦ କିମି ଦୂରରେ ରହିଛି ‘ଫାନି’ । ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ‘ଫାନି’ ।

{"id":108324}

ଏହାର ପ୍ରଭାବରେ ମେ ୨ରୁ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାସହ ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧ ତାରିଖ ସୁଦ୍ଧା ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯଆଇଛି । ଏବେବି ବନ୍ଦର ଗୁଡିକରେ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

{"id":95898}

ଗରମ ଗୁଳୁଗୁଳିରେ ପଶ୍ଚିମ ଓଡିଶାବାସୀ ଅସ୍ତବ୍ୟସ୍ତ ହେଉଥିବା ବେଳେ ବାତ୍ୟା ‘ଫାନି’ ପ୍ରଭାବରେ ହେବାକୁ ଥିବା ବର୍ଷା ଦକ୍ଷିଣ ଓଡିଶାକୁ ଟିକିଏ ଶୀତଳତା ପ୍ରଦାନ କରିବା ନେଇ ଆଶା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.