ପଶ୍ଚିମ ଓଡିଶାରେ ବଢୁଛି ତାତି : ବଲାଙ୍ଗୀରରେ ପାରଦ ୪୫ଡିଗ୍ରୀ ଉପରେ, ତ୍ରାହି ତ୍ରାହି ଡାକିଲେଣି ଲୋକେ

Published By : Prameya-News7 Bureau | May 12, 2019 IST

ବଲାଙ୍ଗୀର ୧୨|୫: ଟାଇଁ ଟାଇଁ ଖରା । ଆକାଶରୁ ବର୍ଷୁଛି ଅଗ୍ନି । ବହୁଛି ଝାଞ୍ଜି ପବନ । ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଲେଣି ଲୋକେ । ଗତ କିଛି ଦିନ ହେଲା ପଶ୍ଚିମ ଓଡିଶାରେ ତାତି ଏତେ ବଢିଛି ଯେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ବଲାଙ୍ଗୀରରେ ପାରଦ ଲଗାତାର ୪୫ଡିଗ୍ରୀ ଉପରେ ରହୁଛି । ଏଥିପାଇଁ ଲୋକେ ବ୍ୟାପକ ମାତ୍ରାରେ ଗଛ କଟାକୁ ଦାୟୀ କରିଛନ୍ତି ।

{"id":111180}

କଲବଲ କଲାଣି ମୁଣ୍ଡ ଫଟା ଖରା । ଗତ କିଛି ଦିନ ହେଲା ତାପମାତ୍ରା ୪୫ ଡିଗ୍ରୀ ତଳକୁ ଖସିବାର ନାଁ ନେଉଁନି । ଘରୁ ପଦାକୁ ବାହାରିଲେ ଦେହ ସିଝିଗଲା ପରି ଲାଗୁଛି । ରାସ୍ତା ଘାଟ ଦିନ ୧୦ ପରଠାରୁ ସନ୍ଧ୍ୟା ଯାଏ ଖାଁ ଖାଁ ରହୁଛି । ବଲାଙ୍ଗିରରେ ଗଛ କଟାଯିବା ଫଳରେ ଜସାଧାରଣଙ୍କୁ ତାପମାତ୍ରା ବୃଦ୍ଧିର ଶିକାର ହେବାକୁ ପଡିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।

{"id":111181}

ଦିନେ ସବୁଜ ସୁନ୍ଦର ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ବଲାଙ୍ଗିର ସହର । ହେଲେ ଏବେ ସେ ସବୁଜିମା ଆଉ ଦେଖିବାକୁ ମିଳୁନାହିଁ। ରାସ୍ତା କଡରେ ରହିଥିବା ପ୍ରାୟ ୨୦ ହଜାରରୁ ଅଧିକ ଗଛ କାଟି ହୋଇଛି ରାସ୍ତା ପ୍ରଶସ୍ତୀକରଣ । ଜଙ୍ଗଲରେ ନିଆଁ ଲାଗିବାରୁ ଶତାଧିକ ଗଛ ମଧ୍ୟ ନଷ୍ଟ ହୋଇଯାଇଛି। ଏନେଇ ବଲାଙ୍ଗୀର ଆକ୍ସନ କମିଟି ପକ୍ଷରୁ ବନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ଦିଆଯାଇଛି । ସେପଟେ ବର୍ଷା ଆରମ୍ଭରୁ ସହରରେ ଗଛ ଲଗାଯାଇ ବଲାଙ୍ଗୀରକୁ ଗ୍ରୀନ୍ ବଲାଙ୍ଗୀର କରିବା ପାଇଁ ଯୋଜନା କରିଛି ପ୍ରଶାସନ ।

{"id":111182}

ରାସ୍ତା ପ୍ରସସ୍ତି କରଣ ପାଇଁ ଗଛ କଟା ଯାଇଥିବା ବେଳେ ଏହାକୁ ନେଇ ଏବେ ଦେଖାଦେଇଛି ଅସନ୍ତୋଷ । ଅପରପକ୍ଷରେ ଗ୍ରୀନ ବଲାଙ୍ଗିର ଯୋଜନାରେ ୨୦ ଲକ୍ଷ ଟଙ୍କା ବିଲ ପାସ ହୋଇଛି । କେବେ କାମ ଆରମ୍ଭ ହେଉଛି ତାହା ଦେଖିବାର କଥା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.