Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ତାତି

10/03/2019 at 1:38 PM

ଭୁବନେଶ୍ବର ୧୦|୩ : ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ବଢ଼ିବ । ଅଧିକାଂଶ ସ୍ଥାନରେ ତାପମାତ୍ରା ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ । ଏହା ପ୍ରଭାବରେ ରାଜ୍ୟରେ ଗରମ ଅନୁଭବ ହେବ । ଦିନବେଳା ପାରଦ ୩୫ଡିଗ୍ରି ଉପରେ ଏବଂ ରାତିରେ ୧୮ଡିଗ୍ରି ତଳେ ରହିବ । ତେଣୁ ଦିନବେଳା ଗରମ, ରାତିରେ ଥଣ୍ଡା ଲାଗିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ପାଣିପାଗ କେନ୍ଦ୍ର ଅନୁଯାୟୀ, ଆସନ୍ତା ୫ଦିନ ପାଗ ଶୁଖିଲା ରହିବ । ମାର୍ଚ୍ଚ ୧୫ ପରେ ପାଗ ପରିବର୍ତ୍ତନ ହୋଇପାରେ । ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରି ବୃଦ୍ଧି ପାଇବ । ତାପମାତ୍ରା ୩୯ ଡିଗ୍ରି ଛୁଇଁପାରେ ।

ସେହିପରି ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ପ୍ରାୟ ୪ରୁ ୫ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି । ୧୩ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ପରିବର୍ତ୍ତନ ହେବନି । ତେବେ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ  ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ବଢ଼ିବ ।

ଗତକାଲି ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୭ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ବରରେ ୩୩.୧, କଟକରେ ୩୨, ଅନୁଗୁଳରେ ୩୫, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୩୩, ବଲାଙ୍ଗୀରରେ ୩୩.୮ଡିଗ୍ରି ରେକର୍ଡ ହୋଇଛି।

   Related Posts